ଆଗରପଡ଼ା :ଉତ୍କଳଦିବସ ଅବସରରେ ଆଗରପଡ଼ାର ବିଭିନ୍ନ ସ୍ଥାନରେ ଥିବା ଉତ୍କଳକେଶରୀ ଡ.ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ବିଭିନ୍ନ ବର୍ଗର ଲୋକମାନେ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ସରପଞ୍ଚ ପ୍ରକାଶ ବିଶ୍ୱାଳ,ନିହାର ରଂଜନ ପଣ୍ଡା, ସମିତିସଭ୍ୟ ନିର୍ମିଳ ନାୟକ,ଯୁବନେତା ସତ୍ୟସାଧନ ବେଜ,ବସନ୍ତ ପତି, ଅଶୋକ ପାଣିଗ୍ରାହୀ, ସପନ ସିଂହ, ଦିପକ ମହାନ୍ତି,ଜଇନୁଲ ଆବେଦିନ୍, ପଦ୍ମଲୋଚନ ନାଥଶର୍ମା ପ୍ରମୁଖ ସାମିଲ ଥିଲେ ।
