Img 20250331 Wa0167

ବଳାଙ୍ଗୀ ମହୋତ୍ସବ ଜିଲ୍ଲାରେ ଏକ ସାଂସ୍କୃତିକ ଆନ୍ଦୋଳନ ସୃଷ୍ଟି କରିଛି – ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର

State

ବାରିପଦା: ମହା ବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ଉପଲକ୍ଷେ ଆସନ୍ତା ଏପ୍ରିଲ 14ରୁ 20 ତାରିଖ ପର୍ଯ୍ୟନ୍ତ 7ଦିନ ଧରି 23ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2025 ପାଳିତ ହେବାକୁ ଯାଉଥିବା ବେଳେ, ଆଜି ସନ୍ଧ୍ୟାରେ ବାରିପଦା ଶ୍ରୀମା କଲେଜ ନିକଟ ମୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସରେ ମହୋତ୍ସବ କାର୍ଯ୍ୟ ପରିଚାଳନା ପାଇଁ ଏକ ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି | ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ କାର୍ଯ୍ୟାଳୟ ଉଦଘାଟନ କରି ବଳାଙ୍ଗୀ ମହୋତ୍ସବ ଦୀର୍ଘ 23 ବର୍ଷ ଧରି ଜିଲ୍ଲାରେ ଏକ ସାଂସ୍କୃତିକ ଆନ୍ଦୋଳନ ସୃଷ୍ଟି କରିଛି ବୋଲି କହି ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ | ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ସମାଜସେବୀ ପରେଶ ଚନ୍ଦ୍ର ମହାନ୍ତ, ଅମର ସେଠୀ, ପ୍ରଦୀପ କୁମାର ମହାନ୍ତି, ରଜତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ. ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ଏବଂ ଅଧ୍ୟକ୍ଷ ଅରବିନ୍ଦ ଦାସ, ଉପାଧ୍ୟକ୍ଷ ରାଜୀବ ଲୋଚନ ସେନାପତିଙ୍କ ତତ୍ୱାବଧାନରେ ଆୟୋଜିତ ଉଦଘାଟନୀ ସଭାରେ ସମ୍ପାଦକ ଦୀପକ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ | ଚଳିତବର୍ଷ ମହୋତ୍ସବ କମିଟିର ସଭାପତି ଭାବରେ ମନ୍ତ୍ରୀ ଡ଼. ମହାପାତ୍ର ଏବଂ ଉପଦେଷ୍ଟା ଭାବରେ ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ସମାଜସେବୀ ପରେଶ ଚନ୍ଦ୍ର ମହାନ୍ତ, ଅମର ସେଠୀ, ପ୍ରଦୀପ କୁମାର ମହାନ୍ତି, ରଜତ କୁମାର ପଣ୍ଡା ନବ ନିର୍ବାଚିତ ହୋଇଥିବାରୁ ସମସ୍ତଙ୍କୁ କମିଟି ତରଫରୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା | ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମାରେଶ ନାୟକ, ଉପାଧ୍ୟକ୍ଷ ମିଥୁନ ବାରିକ, ସମ୍ପାଦକ ସନତ ବାରିକ, ସହ ସମ୍ପାଦକ ଦିଲ୍ଲୀପ ପାତ୍ରଙ୍କ ନେତୃତ୍ୱରେ ସମସ୍ତ ସଂସ୍କୃତି ସୈନିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ, ମହୋତ୍ସବ କମିଟିର ଶତାଧିକ ସଦସ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ. ଆଗାମୀ ଏପ୍ରିଲ 13 ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସଂନ୍ଧ୍ୟା 7ଟାରୁ ରାତ୍ର 9.30 ମିନିଟ ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲା ରହିବ ବୋଲି ବଳାଙ୍ଗି ମହୋତ୍ସବ କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି |