Cm 4

ରାଜ୍ୟରେ ପ୍ରତିଷ୍ଠା ହେବ ୯ ଟି ନୂତନ ମେଡିକାଲ କଲେଜ

State

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ରାଜ୍ୟରେ ଗଠନ ହେବ ୯ ଟି ନୂତନ ମେଡିକାଲ କଲେଜ । ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅନୁମତି ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହା ଦ୍ଵାରା ଆଗାମୀ ଦିନରେ ରାଜ୍ଯରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଆହୁରି ସୁଦୃଢ ହେବା ସହ ସୁସ୍ଥ ଏବଂ ସମୃଦ୍ଧ ଓଡ଼ିଶା ନିର୍ମାଣରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି । ନୂତନ ମେଡିକାଲ କଲେଜ ହେବାକୁ ଥିବା ସ୍ଥାନଗୁଡିକ ହେଲା ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ନବରଙ୍ଗପୁର, ବୁର୍ଲା,ବ୍ରହ୍ମପୁର, କେଉଁଝର, ବଲାଙ୍ଗିରି ଓ ରାଇରଙ୍ଗପୁର ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା କରିଛନ୍ତି ।