Onn 3

ଆଗରପଡ଼ା ବାଳିକା ହାଇସ୍କୁଲ ଛାତ୍ରୀଙ୍କ ସଫଳତା

State

ଆଗରପଡ଼ା:ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଗତ ଡିସେମ୍ବର ମାସ ୧୫ ତାରିଖରେ ହୋଇଥିବା ଜାତୀୟ ଆୟଭିତ୍ତିକ ମେଧାବୃତ୍ତି(ଏନଏମଏମଏସ) ପରୀକ୍ଷାରେ ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ୍ ୧୨ଜଣ ଛାତ୍ରୀ ସଫଳତା ଲାଭ କରି ରେକର୍ଡ଼ ସୃଷ୍ଟି କରିଛନ୍ତି । ଏଥି ସହିତ ଏହି ହାଇସ୍କୁଲ ଛାତ୍ରୀ ପ୍ରୀତିପ୍ରଜ୍ଞା ନାୟକ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାରିଣୀ ହୋଇଛନ୍ତି । ବାଳିକା ହାଇସ୍କୁଲ୍ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜିତ୍ ରାଉଳ, ପରିଚାଳନା କମିଟି ସଭାନେତ୍ରୀ ବର୍ଷାରାଣୀ ମଲ୍ଲିକ, ସଭ୍ୟ ତଥା ସାମ୍ବାଦିକ ଅକ୍ଷୟ ସିଂହ, ଭୀମସେନ ପାଳ,ବନଜିନୀ ନାୟକ, ଭାଗ୍ୟଶ୍ରୀ ପଣ୍ଡା, କୈଳାସ ପଣ୍ଡା, ସାଗରୀକା ମହାନ୍ତି, ସାବିତ୍ରୀ ଦାଶ, ପ୍ରମୋଦିନୀ ସାହୁ,ରଂଜିତା ଶିଅଳ,ବିଦ୍ୟୁତଲତା ଦାସ, ସୁଶାନ୍ତ ଜେନା, ଇତିଶ୍ରୀ ସାହୁ ପ୍ରମୁଖ ଶିକ୍ଷୟତ୍ରୀ, ଶିକ୍ଷକମାନେ କୃତୀ ଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।