ଭୁବନେଶ୍ୱର : ଓଡିଶାରେ ବାଂଲାଦେଶୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି I ଏବେ ବାଂଲାଦେଶୀ ଖୋଜି ବାହାର କରିବାକୁ ତତ୍ପର ହୋଇଛନ୍ତି ସରକାର I ବାଂଲାଦେଶୀ ଖୋଜିବାକୁ ସ୍ପେଶାଲ WING ଗଠନ କରାଯାଇଛି I ଜଣେ ବାଂଲାଦେଶୀ ଆସିବା ପାଇଁ ୩୫ ହଜାର ଓ ଫେରିବାକୁ ୩୦ ହଜାର ଟଙ୍କା ନେଉଥିଲା ଦଲାଲ I ଘଟଣାର ମାଷ୍ଟର ମାଇଣ୍ଡ ଦେଲା ଦଲାଲର ଠିକଣା I ଦଲାଲ ଜଗଦୀଶ ଦାସକୁ ଧରିବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି I
ରିମାଣ୍ଡ ସରିବା ପରେ ମାଷ୍ଟର ମାଇଣ୍ଡକୁ ଜେଲ ପଠାଯାଇଛି I ଅଭିଯୁକ୍ତ ଏମ. ଡ଼ି. ହାସୀମକୁ ଦୁଇ ଦିନିଆ ରିମାଣ୍ଡରେ ଆଣି ଘାଣ୍ଟିଚି STF ଟିମ I ରିମାଣ୍ଡ ଅବଧି ଭିତରେ ଅଭିଯୁକ୍ତ କହିଛି ବାଂଲାଦେଶୀ ଚାଲାଣର ଭିତିରି କଥା I ବାଂଲାଦେଶ ବର୍ଡ଼ର ଦେଇ, ଆସମ ରାସ୍ତାରେ By road ଓଡ଼ିଶା ଆସୁଥିଲେ ଅଭିଯୁକ୍ତ I ସୁରକ୍ଷା ବ୍ୟବସ୍ଥାରେ ଟିକିଏ କୋହଳ ହେବା ସମୟରେ, ଅର୍ଥତ ରାତି ସମୟରେ ହିଁ ଲୋକଙ୍କୁ ବର୍ଡ଼ର ପାସ କରାଯାଉଥିଲା I
ତେବେ ଅଭିଯୁକ୍ତର ସାଇଣ୍ଟିଫିକ ଏଭିଡେନ୍ସ ଯାଞ୍ଚ କରିବା ପରେ, ସାମ୍ନାକୁ ଆସିଛି ବିସ୍ଫୋରକ ତଥ୍ୟ I ଲୋକମାନଙ୍କୁ ଚାଲାଣ କରିବା ପରେ, ସେମାନଙ୍କ ନକଲି ଆଧାର କାର୍ଡ ଏବଂ ଭୋଟର ଆଇଡି ତିଆରି କରୁଥିଲା ଦଲାଲ I ଟଙ୍କାଗୁଡିକ ଅଗ୍ରିମ ଫୋନରେ ପଠାଇବା ପରେ, ଆରମ୍ଭ ହେଉଥିଲା ଅପରେସନ ବର୍ଡ଼ର ପାର I ଏଯାବତ ୪୦ ଜଣ ବାଂଲାଦେଶୀଙ୍କୁ ଦିଲ୍ଲୀ, ବାଙ୍ଗାଲୋରରେ ରଖାଯାଇଥିବା ତଦନ୍ତ ବେଳେ ସାମ୍ନାକୁ ଆସିଛି I ଯାହାର ଖୋଳତାଡ଼ ପାଇଁ, STF ଟିମ ଦିଲ୍ଲୀ, ଆସାମ ଓ ବାଙ୍ଗାଲୋର ଯିବ ବୋଲି କହିଛନ୍ତି STF ଏସପି I