Mirja 1

ପୋଲିସ ଉପରକୁ କଂଗ୍ରେସ କର୍ମୀଙ୍କ ଆକ୍ରମଣ ଘଟଣା, ଜଣେ ଗିରଫ

State

ଭୁବନେଶ୍ୱର : ପୋଲିସ ଉପରକୁ କଂଗ୍ରେସ କର୍ମୀଙ୍କ ଆକ୍ରମଣ ଘଟଣାରେ ଜଣେ ଗିରଫ । ମିର୍ଜା ଇସଲମ୍ ବେଗଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେ ପୋଲିସ ଉପରକୁ ଆକ୍ରମଣ ଯୋଜନା କରିଥିଲ। ଢେଲା ପଥର ମାଡ଼ ନେଇ ପୂର୍ବରୁ ଯୋଜନା କରିଥିଲା । ମିର୍ଜା ଇସଲମ୍ ବେଗ ନାଁରେ ପୂର୍ବରୁ ତିନିଟି ଅପରାଧିକ ମାମଲା ରହିଛି । ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଚିହ୍ନଟ କରାଯାଉଛି ।

ଏନେଇ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ସେପଟେ ଧାରଣା ବେଳେ ଦୁଇ କଂଗ୍ରେସ ବିଧାୟକ ଅସୁସ୍ଥ ହୋଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ବିଧାୟକ ଦଳ ଉପନେତା ଅଶୋକ ଦାସ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗେଟ୍ ବାହାରେ ଧାରଣା ଦେଇଛନ୍ତି କଂଗ୍ରେସ ବିଧାୟକ । କଂଗ୍ରେସର ସମସ୍ତ ୧୪ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ବିଶୃଙ୍ଖଳିତ ଆଚରଣ ପାଇଁ ନଲମ୍ବନ କରିଛନ୍ତି ବାଚସ୍ପତି । ବିନା କଂଗ୍ରେସ ସଭ୍ୟରେ ଚାଲିଛି ବିଧାନସଭା ।