Assembly 750x375 1 1

ଗତ ୩ ବର୍ଷରେ ୧୯ ହଜାର ୨୦୦ କୋଟି ଟଙ୍କାର ରାଜସ୍ବ ଆଦାୟ କରିଛନ୍ତି ପୂର୍ବ ସରକାର

State

ଭୁବନେଶ୍ଵର: ଦିନକୁ ଦିନ ବିଗିଡିବାରେ ଲାଗିଛି ରାଜ୍ୟର ସ୍ଥିତି । ମଦ ନେଉଛି ହଜାର ହଜାର ଜୀବନ । ନିଶାର ହବ୍ ସତେ ପାଲଟିଛି ଓଡିଶା । ତେବେ ରାଜ୍ୟରେ ପୂର୍ବ ସରକାର ସମୟରେ ମଦ ପିଇ ୫୨ ଜଣ ଲୋକ ପ୍ରାଣ ହରାଇଥିବା ସରକାରୀ ରେକର୍ଡ ରହିଛି । ସେହିପରି ୨୦୨୪ ରୁ ଅଦ୍ୟାବଧି ମଦରୁ ରାଜସ୍ୱ ଆଦାୟର ପରିମାଣ ହେଉଛି ୭୭୫୬.୧୪ କୋଟି ଟଙ୍କା । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ସେହିପରି ରାଜ୍ୟରେ ୨୦୧୪ ରେ ମଦରୁ ୨୦୩୮.୭୯ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା । ମାତ୍ର ୨୦୨୪ ବେଳକୁ ଏହା ବଢି ୭୭୫୬.୧୪ କୋଟି ଟଙ୍କାରେ ପହଞ୍ଚିଛି । ୨୧-୨୨ ମସିହାରେ ୫ ହଜାର ୪୨୮ କୋଟି ରାଜସ୍ବ ଆଦାୟ ହୋଇଥିଲା । ସେହିପରି ୨୨-୨୩ ରେ ୬ ହଜାର ୪୫୫ କୋଟି ଏବଂ ୨୩-୨୪ରେ ୭ ହଜାର ୨୧୬ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଥିଲା । ଅନ୍ୟପଟେ ରାଜ୍ୟରେ ୩୮୫୯ଟି ଲାଇସେନ୍ସ ପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ରହିଛି । ପୂର୍ବ ସରକାର ଗତ ୩ ବର୍ଷରେ ମଦରୁ ୧୯ ହଜାର ୨୦୦ କୋଟି ଟଙ୍କାର ରାଜସ୍ବ ଆଦାୟ କରିଛନ୍ତି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ଭୁବନେଶ୍ଵର: ଦିନକୁ ଦିନ ବିଗିଡିବାରେ ଲାଗିଛି ରାଜ୍ୟର ସ୍ଥିତି । ମଦ ନେଉଛି ହଜାର ହଜାର ଜୀବନ । ନିଶାର ହବ୍ ସତେ ପାଲଟିଛି ଓଡିଶା । ତେବେ ରାଜ୍ୟରେ ପୂର୍ବ ସରକାର ସମୟରେ ମଦ ପିଇ ୫୨ ଜଣ ଲୋକ ପ୍ରାଣ ହରାଇଥିବା ସରକାରୀ ରେକର୍ଡ ରହିଛି । ସେହିପରି ୨୦୨୪ ରୁ ଅଦ୍ୟାବଧି ମଦରୁ ରାଜସ୍ୱ ଆଦାୟର ପରିମାଣ ହେଉଛି ୭୭୫୬.୧୪ କୋଟି ଟଙ୍କା । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।