ଭୁବନେଶ୍ୱର: ପୂର୍ବ ଶାସନର ମିଶ୍ରଣ ନୀତିର ଅଂଶ ସ୍ୱରୂପ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକୁ ପୁନର୍ବାର ଖୋଲିବା ନେଇ ଶୁକ୍ରବାର ଦିନ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର।
ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି।
ପ୍ରଥମେ ଜିଲ୍ଲା କମିଟି ଯାଞ୍ଚ କରି ରାଜ୍ୟସ୍ତରୀୟ କମିଟିକୁ ଯାଞ୍ଚ ପାଇଁ ପଠାଇବ। ରାଜ୍ୟ ସ୍ତରୀୟ କମିଟି ସ୍କୁଲ ଖୋଲିବାକୁ ସୁପାରିସ କରିବେ। ଏହି ଶିକ୍ଷାନୁଷ୍ଠାନଗୁଡ଼ିକୁ ପୁନର୍ବାର ଖୋଲିବା ପାଇଁ ଆବଶ୍ୟକୀୟ ପ୍ରକ୍ରିୟାଗତ ପଦକ୍ଷେପ ଗ୍ରହଣ କରାଯାଉଛି।
ପୂର୍ବ ସରକାର ତରବରିଆ ଭାବେ ସ୍କୁଲର ମିଶ୍ରଣ କରିଥିଲେ। ସରକାରୀ ରେକର୍ଡ ଅନୁଯାୟୀ, ୫୬୩୨ ସ୍କୁଲକୁ ମିଶ୍ରଣ କରାଯାଇଥିଲା, ଯାହା ଅନେକ ଅଞ୍ଚଳରେ ଶିକ୍ଷାଗତ ପ୍ରବେଶକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିଥିଲା। ଏହା ବ୍ୟତୀତ ୨୧୫୨ ଟି ସାଟେଲାଇଟ୍ ସ୍କୁଲକୁ ମଧ୍ୟ ମିଶ୍ରଣ କରାଯାଇଥିଲା। ଯାହା ଫଳରେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ପାଇଁ ବହୁ ଦୂରତା ଯାତ୍ରା କରିବାକୁ ପଡୁଥିଲା। ଫଳରେ ଅଭିଭାବକ ଏବଂ ଶିକ୍ଷାବିତମାନେ ଚିନ୍ତା ପ୍ରକଟ ଥିଲେ।