Heat

ପୁଣି ବଢିଲା ତାତି : ଝାରସୁଗୁଡ଼ାରେ ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ, ୪୦ ଟପିଲା ଭୁବନେଶ୍ୱର

State

ଭୁବନେଶ୍ୱର : ପୁଣି ବଢିଲା ତାତି,୩ ଦିନ ଯାଏ ତାତିରୁ ନାହିଁ ନିସ୍ତାର।ରାଜ୍ୟରେ ଅସମ୍ଭାଳ ତାତି କୁ ନେଇ ୩ ଦିନ ଯାଏ ହିଟ ୱେଭ ଜାରି କଲା ପାଣିପାଗ ବିଭାଗ । କିଛି ଜିଲ୍ଲାରେ ୪୨ ଡିଗ୍ରୀ ଅତିକ୍ରମ କରିପାରେ ରାଜ୍ୟ ତାପମାତ୍ରା । ଆସନ୍ତା ୨୪ ଘଂଟାରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ହିଟ ୱେଭ ପାଇଁ ୟେଲୋ ବର୍ଣ୍ଣିଙ୍ଗ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି କଳାହାଣ୍ଡି, ବଲାଙ୍ଗୀର, ସୋନପୁର,ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳ ଖରାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ସେପଟେ ୨ ତାରିଖ ବେଳକୁ ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।

ଆଦ୍ରତାର ପରିମାଣ ବୃଦ୍ଧି ସହ ବାୟୁର ଦିଶା ପରିବର୍ତନ କୁ ନେଇ ୨ କିମ୍ବା ୩ ତାରିଖ ବେଳକୁ ଉତ୍ତର ଆଭ୍ୟନ୍ତରିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତ ୨୪ ଘଂଟାରେ ୩ ଟି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୪୩  ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ହିରାକୁଦ ରେ ୪୧.୨ ,  ସମ୍ବଲପୁର  ୪୧.୬ , ରାଉରକେଲା ୪୦.୪ ,  ଚାନ୍ଦବାଲି ୪୦.୪ ,  କେନ୍ଦୁଝର ୩୮.୧ , ଭୁବନେଶ୍ୱର ରେ ୪୦.୨ ଓ କଟକରେ ୩୬.୮ ଡିଗ୍ରୀ  ଓ ବାଲେଶ୍ୱର ୩୯ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି   ।