ବାରିପଦା – ସମ୍ପର୍କ ଭିତରେ ଖରାପ ସମ୍ପର୍କ l କାମନା ବାସନାରେ ଅନ୍ଧ ହୋଇ କୁକର୍ମ କରିବାକୁ ପଛାଇଲାନି ନିଜେ ପିଉସା l ନବମ ଶ୍ରେଣୀରେ ପାଠ ପଢ଼ୁଥିବା ୧୫ ବର୍ଷର ନାବାଳିକା ଝିଆରୀ କୁ ଦୁଷ୍କର୍ମ କରି ଗର୍ଭବତୀ କଲା କାମୁକ ପିଉସା। ନିଜ ମୋବାଇଲ ରେ ଝିଆରୀ ର ଗାଧୋଇବା ବେଳର ଭିଡିଓ ଉଠାଇ ବ୍ଲାକମେଲିଂ କରି ୬ ମାସ ଧରି କରିଆସୁଥିଲା ଦୁଷ୍କର୍ମ। ଘଟଣା ଘଟିଛି ବାରିପଦା ଟାଉନ ଥାନା ଅଞ୍ଚଳରେ। ପିଡୀତାର ଲିଖିତ ଅଭିଯୋଗ କ୍ରମେ ଉକ୍ତ ଘଟଣାରେ ପୋସ୍କୋ ଆକ୍ଟରେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତ ପିଉସା କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବାରିପଦା ଟାଉନ ଥାନା ପୋଲିସ।
ଅଭିଯୋଗ ମୁତାବକ ଅବିଯୁକ୍ତ ପିଉସା ଜଣଙ୍କ ହେଉଛି ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍ ଅଞ୍ଚଳର ଗଣେଶ ମହାକୁଡ଼। ଗଣେଶ ମହାକୁଡ଼ ପିଡ଼ିତାଙ୍କ ପିଉସୀ ଙ୍କୁ ବିବାହ କରିବାର କିଛି ଦିନ ପରେ ନିଜ ଘର ଦ୍ୱାର ଛାଡି ଏବେ ବାରିପଦା ସହର ରେ ଶ୍ୱଶୁର ଘରେ ଘର ଜ୍ବାଇଁ ହୋଇ ରହୁଥିଲା। ଜନୈକା ନାବାଳିକା ଓ ଗଣେଶ ମହାକୁଡ଼ ର ଶ୍ୱଶୁର ଘର ପାଖାପାଖି ହୋଇଥିବା ରୁ ଉଭୟ ପରିବାରଙ୍କ ମଧ୍ୟରେ ଯିବା ଆସିବା ଲାଗି ରହିଥିଲା। ଏହାରି ମଧ୍ୟରେ ପିଡିତା ଅର୍ଥାତ୍ ନାବାଳିକା ଝିଆରୀ ଉପରେ ଗଣେଶ ମହାକୁଡ଼ ର ଖରାପ ନଜର ରହିଥିଲା। ତେଣୁ ସେ ନାଁ’ ବାଳିକା ଜଣଙ୍କ ର ଗାଧୋଇବା ବେଳର କିଛି ଭିଡିଓ ନିଜ ମୋବାଇଲ ରେ ଉତ୍ତୋଳନ କରି ନାଁ’ ବାଳିକା ଜଣଙ୍କୁ ଏହି ଭିଡିଓ ଦେଖାଇ ବ୍ଲାକମେଲିଂ କରିବା ଆରମ୍ଭ କରି ତା’ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲା। ଏବଂ ତା କଥାରେ ରାଜି ନହେଲେ ଭିଡିଓ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଆସୁଥିଲା ଲମ୍ପଟ ପିଉସା। ତେଣୁ ଏଭଳି ଧମକ ଚମକ ଦେଇ ଅଭିଯୁକ୍ତ ଜଣଙ୍କ ଗତ ଅକ୍ଟୋବର ମାସରୁ ଆଜକୁ ୬ ମାସ ଧରି ତାଙ୍କୁ ଦୁଷ୍କର୍ମ ପରେ ଦୁଷ୍କର୍ମ କରିଆସୁଥିବା ପିଡ଼ିତା ଜଣକ ଅଭିଯୋଗ କରିଛନ୍ତି। ଆଉ ଏବେ ସେ ୨-୩ ମାସର ଗର୍ଭବତୀ ହେବା ଜାଣିବା ପରେ ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଘଟଣା ଜାଣିବା ପରେ ଅଭିଯୁକ୍ତ ଘରୁ ଫେରାର ହୋଇଯାଇଥିଲା l ମାତ୍ର ପୋଲିସ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଅଛି ।