Img 20250327 Wa0148

ଜିଲ୍ଲା ସମବାୟ ଉନ୍ନୟନ କମିଟି (DCDC) ର ବୈଠକ ଅନୁଷ୍ଠିତ

State

ବାରିପଦା: ଜିଲ୍ଲାପାଳ ମୟୂରଭଞ୍ଜଙ୍କ ଅଧ୍ୟକ୍ଷ୍ୟତାରେ ମହାତ୍ମାଗାନ୍ଧି ସମ୍ମିଳନୀ କକ୍ଷରେ ଜିଲ୍ଲା ସମବାୟ ଉନ୍ନୟନ କମିଟିର (DCDC) ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ବୈଠକରେ CDO & EO Zilla Parishad Mayurbhanj, DRCS Mayurbhanj, Representative of CDAO Mayurbhanj, Representative of District fisheries Officer, Mayurbhanj, CEO MCCB Ltd. Baripada, DIPRO Mayurbhanj, Representative of CCSO Mayurbhanj, Senior ARCS Kaptipada & ARCS Baripada ଉପସ୍ଥିତ ଥିଲେ I ଶ୍ରୀ କୃଷ୍ଣ ଚନ୍ଦ୍ର ଦାସ, ଯୁଗ୍ମ ନିବନ୍ଧକ ସମବାୟ ସମିତି ସମୂହ, ମୟୂରଭଞ୍ଜ ଖଣ୍ଡ, ବାରିପଦା କମିଟିର ସଦସ୍ୟ ମାନଙ୍କୁ ବୈଠକର ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିଲେ I 2025 ମସିହାକୁ   “ International Year of Cooperatives” ହିସାବରେ ପାଳନ କରିବାକୁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି I International Year of Cooperatives- 2025 ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା I March, April & May ମାସ ପାଇଁ ସମିତି ତଥା ଜିଲ୍ଲାସ୍ତରରେ ସମବାୟ ବିଭାଗ ତରଫରୁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଠିକ ସମୟରେ ସମ୍ପନ୍ନ କରିବା ଉପରେ ଗୁରୁତ୍ଵ ଦିଆଗଲI I ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ Nodal ଅଫିସର ହିସାବରେ ରହିବାର ସିଦ୍ଧାନ୍ତ ଗ୍ରହଣ କରାଗଲା ଏବଂ ସେମାନେ ଉପନିବନ୍ଧକ ସମବାୟ ସମିତି ସମୂହ, ମୟୂରଭଞ୍ଜ ଖଣ୍ଡ, ବାରିପଦାଙ୍କୁ International Year of Cooperatives- 2025 ର ବିଭିନ୍ନ କାର୍ଯ୍ୟକ୍ରମ ପାଳନରେ ସହଯୋଗ କରିବେ I ଏହି କାର୍ଯ୍ୟକ୍ରମ  December 2025 ପର୍ଯ୍ୟନ୍ତ ଚାଲିବ I ଚାଷୀ ମାନଙ୍କୁ ସଚେତନ କରିବା ପାଇଁ ଜିଲ୍ଲାପାଳ ମହୋଦୟ IEC activity ଉପରେ ଗୁରୁତ୍ଵIରୋପ କରିଥିଲେ I ଆସନ୍ତା 30.03.2025 ରେ ଶହୀଦ ସ୍ମୃତି ଭବନଠାରେ ଚାଷୀ ଏବଂ ସମବାୟ ଓ ଅନ୍ୟ ବିଭାଗର କର୍ମଚାରୀ, ଅଧିକାରୀଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ conference ଏବଂ 01.04.2025 ରେ ସମବାୟ ବିଭାଗ କାର୍ଯ୍ୟIଳୟ ମୁର୍ଗIବାଡି ଠାରେ ରକ୍ତଦାନ ଶିବିର  ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି I