Yogi

ମୁସଲିମ୍‌ମାନେ ଅଧିକ ରଙ୍ଗୀନ୍ ପୋଷାକ ପିନ୍ଧନ୍ତି, ତେବେ ହୋଲି ଖେଳିବାରେ ଅସୁବିଧା କ’ଣ? ପ୍ରଶ୍ନ କଲେ ଯୋଗୀ

National & International

ଲକ୍ଷ୍ନୌ: ହୋଲି ସମୟରେ ୟୁପିରେ ଥିବା ମସଜିଦକୁ ଘୋଡାଇ ଦିଆଯିବା ସହ ମୁସଲିମମାନେ ରଙ୍ଗ ଲଗାଇବାକୁ ମନା କରୁଥିବାର ଖବର ଆସିଥିଲା। ଏହି ସବୁ ଖବରକୁ ନେଇ ଏକ ସାକ୍ଷାତକାରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା ମନ୍ତବ୍ୟ ଦେଇଛନ୍ତି।
ଯୋଗୀ କହିଛନ୍ତି ଯେ, ମୁସଲମାନମାନେ ସବୁଠାରୁ ଅଧିକ ରଙ୍ଗୀନ ପୋଷାକ ପିନ୍ଧନ୍ତି। ତେଣୁ ହୋଲି ରଙ୍ଗଠାରୁ ନିଜକୁ ଦୂରାଇବା ସେମାନଙ୍କର ଦୋମୁହାଁ ନୀତି। ହୋଲି ସମୟରେ ମସଜିଦରେ ରଙ୍ଗ ଫିଙ୍ଗିବା ଘଟଣା ଉପରେ ପ୍ରତିକ୍ରିୟା ଦେଇ ଯୋଗୀ କହିଛନ୍ତି ଯେ, ମୁହରମ୍ ଶୋଭାଯାତ୍ରା ପତାକାର ଛାଇ ମନ୍ଦିର କିମ୍ବା ହିନ୍ଦୁ ଘର ଉପରେ ମଧ୍ୟ ପଡ଼ିଥାଏ। ଏହା କ’ଣ ହିନ୍ଦୁ ଘରକୁ ଅପବିତ୍ର କରିଦିଏ? ହୋଲି ଖେଳିଲେ, ରଙ୍ଗ ନିଶ୍ଚିତ ଭାବରେ ବିଭିନ୍ନ ଦିଗକୁ ଯିବ। ରଙ୍ଗପଡ଼ିଗଲେ ଏହା କାହାର ଅସ୍ତିତ୍ୱକୁ ସମାପ୍ତ କରିଦିଏ ନାହିଁ। ସେମାନେ କ’ଣ ରଙ୍ଗୀନ ପୋଷାକ ପିନ୍ଧନ୍ତି ନାହିଁ? ହିନ୍ଦୁମାନଙ୍କ ତୁଳନାରେ ମୁସଲମାନମାନେ ଅଧିକ ରଙ୍ଗୀନ ପୋଷାକ ପିନ୍ଧନ୍ତି। ତେବେ ରଙ୍ଗକୁ କାହିଁକି ଏତେ ଘୃଣା? ସେମାନେ ରଙ୍ଗୀନ ପୋଷାକ ପିନ୍ଧନ୍ତି ଏବଂ ଯଦି ସେଗୁଡ଼ିକ ରଙ୍ଗୀନ ହୋଇଯାଏ ତେବେ ସେମାନେ ହଙ୍ଗାମା କରନ୍ତି। ଏମିତି ଅନେକ ମୁସଲମାନ ଅଛନ୍ତି, ଯେଉଁମାନେ ହୋଲି ଖେଳିଛନ୍ତି।”
ସେ ଆହୁରି କହିଛନ୍ତି ଯେ, “୧୦୦ଟି ହିନ୍ଦୁ ପରିବାର ମଧ୍ୟରେ ଗୋଟିଏ ମୁସଲିମ ପରିବାର ସବୁଠାରୁ ସୁରକ୍ଷିତ, ସେମାନଙ୍କୁ ସେମାନଙ୍କର ସମସ୍ତ ଧାର୍ମିକ କାର୍ଯ୍ୟକଳାପ କରିବାର ସ୍ୱାଧୀନତା ମିଳେ। କିନ୍ତୁ ୧୦୦ଟି ମୁସଲିମ ପରିବାର ମଧ୍ୟରେ ୫୦ ଜଣ ହିନ୍ଦୁ ସୁରକ୍ଷିତ ରହିପାରିବେ କି? ନା। ବାଂଲାଦେଶ ଏହାର ଏକ ଉଦାହରଣ। ପୂର୍ବରୁ ପାକିସ୍ତାନ ଏହାର ଏକ ଉଦାହରଣ ଥିଲା, ଆଫଗାନିସ୍ତାନରେ କ’ଣ ଘଟିଥିଲା? ସମସ୍ତେ ଦେଖିଛନ୍ତି।”