Rrqe

ବିଜାତଳା ବିଡିଓ ଙ୍କୁ ଦାବି ପତ୍ର

State

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ର ମାଣିକପୁର ପଂଚାୟତ ର କୁଞ୍ଜକଚା ଗାଁ ପାଇଁ ଗୁରୁବାର ରାତ୍ରିଥିଲା କାଳରାତ୍ରି l ଗୁରୁବାର ରାତ୍ରି 7:30ଟା ପାଖାପାଖି ସମୟରେ ଅଦିନିଆ କାଳ ବୈଶାଖୀ ପ୍ରଭାବ ରେ ହଠାତ ଆକାଶ ରେ କଳା ହାଣ୍ଡିଆ ମେଘ ଆସି ରଚି ଥିଲା ତାଣ୍ଡବଲୀଳା l କୁଆପଥର ମାଡ଼ ରେ ମାଣିକପୁର ପଞ୍ଚାୟତ ର କୁଞ୍ଜକଚା ଗାଆଁ ଭୀଷଣ ଭାବେ ପ୍ରଭାବିତ ହୋଇଛି। ଅଧିକାଂଶ ଘରର ଚାଳ ଛପର ଉଡ଼ିବା ସହିତ କାନ୍ଥ ଭୁଶୁଡ଼ି ଯାଇଛି l ଶୁକ୍ରବାର ଦିନ ସକାଳୁ ମାଣିକପୁର ପଂଚାୟତ ର ସରପଞ୍ଚ ସୁଶାନ୍ତ କୁମାର ମୁଣ୍ଡା ଏବଂ ପାଟପୁର ଆରଆଇ ଲଷ୍ମୀଧର ମଣ୍ଡଳ କୁଞ୍ଜକଚା ଗାଁ କୁ ଯାଇ ଦ୍ୱାର ଦ୍ୱାର ଯାଇ ସର୍ଭେ କରିଥିଲେ l ପାଟପୁର ଆରଆଇ ଲଷ୍ମୀଧର ମଣ୍ଡଳ କୁଞ୍ଜକଚା ଗାଁ କୁ ପ୍ରାୟ 47ଟି ତ୍ରିପାଲ ଦେଇଛନ୍ତି lଆଜି କୁଞ୍ଜକଚା ଗ୍ରାମବାସୀ ଏବଂ ମାଣିକପୁର ପଂଚାୟତ ର ସରପଞ୍ଚ ସୁଶାନ୍ତ କୁମାର ମୁଣ୍ଡା ବିଜାତଳା ବିଡ଼ିଓ ଙ୍କୁ ଭେଟି କ୍ଷୟକ୍ଷତି ହୋଇଥିବା ବାବଦକୁ ସଠିକ ଭାବେ ଅନୁଧ୍ୟାନ କରି ସହାୟତା ଯୋଗାଇ ଦେବା ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି l