Police 2 1

ସିଆରପିଏଫ୍ ଯବାନଙ୍କୁ ଚୁନା, ଆପାର୍ଟମେଣ୍ଟ ଦେବା ନାଁରେ ଠକି ନେଲେ ୨୮ଲକ୍ଷ

State

ଭୁବନେଶ୍ୱର : ସିଆରପିଏଫ୍ ଯବାନଙ୍କୁ ଚୁନା । ଆପାର୍ଟମେଣ୍ଟ ଦେବା ନାଁରେ ଠକି ନେଇଗଲେ ୨୮ଲକ୍ଷ ଟଙ୍କା । ଠକେଇର ଶୀକାର ହୋଇଛନ୍ତି ଯବାନ ଉମାକାନ୍ତ ପାଣିଗ୍ରାହୀ । ଏନେଇ ଉମାକାନ୍ତ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ଠକ ନରୋତ୍ତମ ମହାନ୍ତିଙ୍କୁ ଅଟକ ରଖିଛି ପୋଲିସ । ତା ଘର ସୋର ଅଞ୍ଚଳରେ ବୋଲି ଜଣାପଡିଛି । ନରୋତ୍ତମ ବିଭିନ୍ନ ଜିଲ୍ଲାର ଏକାଧିକ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଠକେଇ ନେଇ ପୋଲିସ ତଦନ୍ତ କରୁଛି ।