Umdtoesc5sboymp05ivl

ନାଗପୁର ହିଂସା ସମୟରେ ଆହତ ହୋଇଥିବା ଯୁବକ ମୃତ

National & International

ନାଗପୁର: ଶନିବାର ଦିନ ନାଗପୁରରେ ହୋଇଥିବା ହିଂସା ମାମଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୃତକଙ୍କ ନାମ ଇରଫାନ ଅନସାରୀ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ହିଂସା ସମୟରେ ଇରଫାନ ଅନସାରୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ନାଗପୁରର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଇରଫାନ ଅନସାରୀ ନୱାଜ ନଗର ଅଞ୍ଚଳର ବାସିନ୍ଦା ଥିଲେ ଏବଂ ତାଙ୍କର ବୟସ ୩୮ ବର୍ଷ ଥିଲା। ସୋମବାର ରାତି ୧୧:୩୦ ସମୟରେ ଇରଫାନ ଅନସାରୀ ରେଳ ଷ୍ଟେସନକୁ ଯାଉଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଘଟଣାର କିଛି ସମୟ ପରେ ପୋଲିସ ଇରଫାନ ଅନସାରୀଙ୍କୁ ଆହତ ଅବସ୍ଥାରେ ପାଇଥିଲା ଏବଂ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଇରଫାନ ଗତ ୬ ଦିନ ଧରି ଭେଣ୍ଟିଲେଟରରେ ଥିଲେ।
ସୋମବାର ସନ୍ଧ୍ୟାରେ ଘଟିଥିବା ହିଂସାକୁ ପୋଲିସ ପ୍ରାୟ ୫ ରୁ ୬ ଘଣ୍ଟା ମଧ୍ୟରେ ନିୟନ୍ତ୍ରଣ କରିଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ କହିଛନ୍ତି ଯେ ପୋଲିସ ଏପର୍ଯ୍ୟନ୍ତ ୧୦୪ ଜଣଙ୍କୁ ଗିରଫ କରିଛି ଏବଂ ସିସିଟିଭି ଫୁଟେଜ୍ ଏବଂ ମୋବାଇଲ୍ ଭିଡିଓ ମାଧ୍ୟମରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ ଜାରି ରହିଛି। ଦଙ୍ଗାକାରୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।