ଭୁବନେଶ୍ବର: ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ । ମହାପ୍ରଭୁ ଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଆଜି ସମଗ୍ର ରାଜ୍ୟ ପାଳୁଛି ପଖାଳ ଦିବସ । ଏହି ଅବସରରେ ବିଧାନସଭାରେ ପଖାଳ ଦିବସ ପାଳିତ ହୋଇଛି । ପଖାଳ ଦିବସ ପାଳିଛନ୍ତି ମୁଖ୍ୟମନ୍ତ୍ରୀ । ପଖାଳ ଖାଇ ପଖାଳ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ । ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ନେତା ଓ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।
