ଭୁବନେଶ୍ୱର: ରାସନ୍ କାର୍ଡ ଫେରାଇଲେଣି ୨୩୧୩୮ ଅଯୋଗ୍ୟ ହିତାଧିକାରୀ। ତେବେ ରାସନକାର୍ଡ ଫେରାଇଥିବା ପରିବାରର ସଦସ୍ୟ ସଂଖ୍ୟା ୮୭୮୪୪। ସେହିପରି ରାଜ୍ୟରେ ୪ ଲକ୍ଷ ୮ ହଜାର ୧୦୭ ଭୂତ କାର୍ଡକୁ ବାଦ୍ ଦିଆଯାଇଛି।
ମୃତ୍ୟୁ ପରେ ବି ଏହି ଲୋକମାନଙ୍କ ନାମରେ ରାସନ୍ ସାମଗ୍ରୀ ନିଆଯାଉଥିଲା। ଯାହାକୁ ଏବେ ଚିହ୍ନଟ କରାଯାଇଛି। ତେବେ ଖାଦ୍ୟ ସୁରକ୍ଷା ଯୋଜନାରେ ୯୭ ଲକ୍ଷ ୫୫ ହଜାର ୪୪୨ କାର୍ଡରେ ୩ କୋଟି ୩୦ ଲକ୍ଷ ୨୮ ହଜାର ୮୮୦ ହିତାଧିକାରୀ ରହିଥିବା କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି।