କେନ୍ଦୁଝର: ରାଜା ଚକ୍ରଙ୍କ ସହଯୋଗୀ ଗିରଫ । ସୁଶାନ୍ତ ସାମଲକୁ କେନ୍ଦୁଝରରୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW । ସୁଶାନ୍ତ ରାଜା ଚକ୍ରଙ୍କ କୋଟି କୋଟି ଟଙ୍କା ବିଭିନ୍ନ ସ୍ଥାନରେ ଲୁଚାଇ ରଖିବାରେ ସହଯୋଗ କରିଥିଲେ । ବେନାମୀ ସମ୍ପତ୍ତି ବିନିଯୋଗ କରିବା ସହିତ ଅର୍ଥ ହେରଫେରରେ ସୁଶାନ୍ତଙ୍କ ସମ୍ପୃକ୍ତି ଥିବା ଜାଣିବା ପରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ତାଙ୍କୁ ଗିରଫ କରିଛି । ସୁଶାନ୍ତଙ୍କୁ ଆଜି କୋର୍ଟ ଚାଲାଣ ପରେ ରିମାଣ୍ଡ ଆବେଦନ କରିପାରେ ଇଓଡବ୍ଲୁ ।
ସେପଟେ ତିନି ଦିନିଆ ରିମାଣ୍ଡରେ ଆସିଛି ରାଜ୍ୟ ଚକ୍ର । ଘନ ଘନ ଜେରା ଚଳାଇଛି EOW। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସୀ ଓ ଟ୍ରାନସପୋର୍ଟିଂ କୋଅପରେଟିଭ ସୋସାଇଟିରେ ଆର୍ଥିକ ଅନିୟମିତତା ଅଭିଯୋଗ ନେଇ ଫେବୃଆରୀ ୭ ତାରିଖରେ ମାମଲା ରୁଜୁ ହୋଇଥିଲା । ରାଜା ଚକ୍ରଙ୍କ ବିରୋଧରେ ସିଧାସଳଖ ୯ କୋଟି ୧୦ଲକ୍ଷ ଟଙ୍କାର ହେରଫେର ପ୍ରମାଣ ମିଳିଥିବା କ୍ରାଇମବ୍ରାଞ୍ଚ କହିଛି । ପୂର୍ବରୁ ରାଜା ଚକ୍ରଙ୍କର ୪୨ଟି ଗାଡ଼ିକୁ ସିଜ କରାଯାଇଛି। ବ୍ୟାଙ୍କରେ ଥିବା ତାଙ୍କର ୨୫ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି ।