ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବା ମାତ୍ରେ ରାଜ୍ୟ ରେ ରକ୍ତର ଅଭାବ ଦେଖା ଗଲାଣି । ବିଭିନ୍ନ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଯୋଗୁଁ ଅନେକ ଲୋକ ହନ୍ତସନ୍ତ ହେଉଛନ୍ତି । ଏହି ପରି ସମୟ ରେ ଓଡ଼ିଶା ରକ୍ତଦାତା ମହାସଂଘ ଆଗେଇ ଆସିଛି ରକ୍ତଦାନ ଶିବିର ଆୟୋଜନ କରି କିଛକାଂଶରେ ଲାଘବ କରିବା ପାଇଁ । ଦିଗରେ ସାହାଯ୍ୟର ହାତ ବଢ଼େଇଛନ୍ତି ଧବଳେଶ୍ଵର ଇନଷ୍ଟିଚ୍ୟୁଟ ଅଫ ପଲିଟେନିକ୍, କଟକ। ଏକ ରକ୍ତଦାନ ଶିବିର ନିଜ ମହାବିଦ୍ୟାଳୟ ରେ ଆୟୋଜନ କରିଛନ୍ତି । ଯୋଉଠି ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉତ୍ସାହ ର ସହିତ ଯୋଗଦାନ କରି ଥିଲେ । ଏହି ଶିବିର ରୁ ୭୦ଟି ୟୁନିଟ ସଂଗ୍ରହ କରାଯାଇ ଥିଲା । ଶିବିର ରେ ମହାବିଦ୍ୟାଳୟ ର ପ୍ରିନ୍ସିପାଲ (ପୋଲିଟେକ୍ )ଦେବକୀ ନନ୍ଦନ ମହାନ୍ତି, ପ୍ରିନ୍ସିପଲ୍ (ମଞ୍ଜୁଳା କୁମାରୀ ସାହୁ) , ମୁଖ୍ୟ ନିର୍ବାହୀ ଅଧିକାରୀ ବସନ୍ତ କୁମାର ନାୟକ, ପ୍ରଶାସନ ଅଧିକାରୀ ରମଣୀ ରଂଜନ ନାଏକ, ବିଭାଗୀୟ ମୁଖ୍ୟ ପ୍ରିତମ ରଥ ରକ୍ତ ଦାନ କରିବା ସହିତ ଶିବିର କୁ ସୁଚାର ରୂପରେ ପରିଚାଳନା କରି ଥିଲେ । ଓଡ଼ିଶା ରକ୍ତଦାତା ମହାସଂଘ ର ସମ୍ପାଦକ ତ୍ରିଲୋଚନ ଦାଶ ସମସ୍ତ ବ୍ୟବସ୍ଥା କୁ ସଞ୍ଚାଳନ କରିବା ସହିତ ଆଗାମୀ ଦିନ ରେ ସାରା ରାଜ୍ୟ ଏହି ଭଳି ଶିବିର ଆୟୋଜନ କରିବା ପାଇଁ କହି ଥିଲେ । ଶେଷରେ ରାଜ୍ୟ ସଂଯୋଜକ ସନ୍ତୋଷ କୁମାର ମହାନ୍ତି ମହାବିଦ୍ୟାଳୟ ର ସମସ୍ତ ଙ୍କୁ ଓ ଛାତ୍ର ଛାତ୍ରୀ ଙ୍କୁ ବହୁମୂଲ୍ୟ ରକ୍ତଦାନ ପାଇଁ ଧନ୍ୟବାଦ୍ ଜଣେଇ ଥିଲେ। ଆଗାମୀ ଦିନରେ ରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗୁଡିକରେ ରକ୍ତଦାନ ଶିବିର ଆୟୋଜନ କୁ ନେଇ ଯୋଜନ କରାଯାଉଥିବା ମହାସଂଘ ସଭାପତି ଅକ୍ଷୟ କୁମାର ରାଉତ ପ୍ରକାଶ କରିଛନ୍ତି ।
