ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ର ବାହାରପୁର ପଞ୍ଚାୟତର ବଡଗଡ ଥାନା ଅନ୍ତର୍ଗତ ଖାରିପଲି ଗାଁରେ ଗତକାଲି ରାତିରେ ଘଟିଥିବା ଗୋଷ୍ଠି ସଂଘର୍ଷ ଘଟଣା ରେ ଖଦାଳ ବେହେରା, ରତ୍ନାକର ବେହେରା ଓ ରମେଶ ବେହେରାଙ୍କ ମୃତ୍ୟୁ ଘଟିଥିଲା ।ତିନୋଟି ସବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠା ଯାଇଥିଲା।ଆଜି ଗଞ୍ଜାମ ଏସ.ପି ଶୁଭେନ୍ଦୁ ପାତ୍ର,ଭଞ୍ଜନଗର ଅତିରିକ୍ତ ଏସ ପି ରଞ୍ଜନ ଦେ,ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ ଜେନା,ବଡଗଡ ଥାନା ଅଧିକାରୀ ସନ୍ତୋଷ ବେହେରା, ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଘଟଣା ସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସାଇଣ୍ଟଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଗତକାଲିର ଗଣ୍ଡଗୋଳ ଘଟଣାରେ ଉଭୟ ପକ୍ଷ ଦ୍ଵାରା ବ୍ୟବହୃତ ରକ୍ତ ଭିଜା ଖୁଣ୍ଟ, ଶିଳପଥର,ପାଞ୍ଚ ହଳ ଚପଲ, କାତି ଜବତ କରି ପରୀକ୍ଷା ପାଇଁ ପଠାଇଛନ୍ତି। ଗଞ୍ଜାମ ଏସ ପି ଶୁଭେନ୍ଦୁ ପାତ୍ର ନିଜ ପ୍ରତିକ୍ରିୟାରେ ତେର ଜଣ ଅଟକ ଅଛନ୍ତି।ତଦନ୍ତ ଜାରି ରହିଛି,ପୀଡ଼ିତ ପରିବାରକୁ ସୁରକ୍ଷା ଦିଆଯିବା ସହ ଯେଉଁମାନେ ଏଥିରେ ସଂପୃକ୍ତ ରହିଛନ୍ତି ସେମାନଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି।
ସମ୍ପୂର୍ଣ୍ଣ ଗାଁ ଜନ ଶୂନ୍ୟ ହୋଇପଡ଼ିଥିବା ବେଳେ ବର୍ତ୍ତମାନ ଗାଁରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯା ଇଛି।ଗତ କାଲିର ଘଟଣା ପରେ ବନବାସୀ ବେହେରାଙ୍କ ସ୍ତ୍ରୀ ବନିତା ବେହେରାଙ୍କ ଏତଲା ପ୍ରକାରେ ବଡଗଡ ଥାନା ରେ ୧୫୪/୨୫ ରେ ମାମଲା ରୁଜୁ ହୋଇଥିବା ବେଳେ ମୃତକ ରମେଶ ବେହେରାଙ୍କ ପତ୍ନୀ ବନିତା ବେହେରାଙ୍କ ଏତଲା କୁ ଭିତ୍ତି କରି ଥାନାରେ ୧୫୫/୨୫ ରେ ମାମଲା ରୁଜୁ ହୋଇଛି ।ଅନ୍ୟ ପକ୍ଷରେ ବନିତା ବେହେରାଙ୍କ ଏତଲା ୧୫୪/୨୫ ପ୍ରକାରେ ଖାରିପଲି ଗାଁ ର ୧୩ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଗୋଟିଏ ଗୋଷ୍ଠୀର ତେର ଜଣ ଗିରଫ ହେବାପରେ ଗାଁ ରେ ଧିରେ ଧୀରେ ଉତ୍ତେଜନା ପ୍ରକାଶ ପାଉଛି।ଯାହାର ପ୍ରତିଫଳନ ସବ ବ୍ୟବଚ୍ଛେଦ ହୋଇ ଆସିବା ପରେ ପଦାକୁ ଆସିବାର ସମ୍ଭାବନା ରହିଛି। ଅନ୍ୟ ପକ୍ଷରେ ଗତକାଲିର ଘଟଣାରେ ମୃତ ବାପା ପୁଅ ଖଦାଳ ବେହେରା ଓ ରତ୍ନାକର ବେହେରା ଙ୍କ ସବ ବିନା ପରିବାର ଲୋକଙ୍କ ସହାୟତାରେ କିପରି ସତ୍କାର ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ବିପକ୍ଷ ଗୋଷ୍ଠୀର ଆକ୍ରମଣ ର ଶିକାର ହୋଇଥିବା ମୃତ ଖଦାଳ ବେହେରା ଙ୍କ ବାପା ଗୋପୀନାଥ ବେହେରା ୯୦ ବର୍ଷ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।