ମୁମ୍ବାଇ: ଭାରତୀୟ ଷ୍ଟକ ବଜାର ଲାଗି ଆଜି ଥିଲା ଉତ୍ସାହର ଦିନ । ମଙ୍ଗଳବାର ବିଏସ୍ଇ ସେନ୍ସେକ୍ସ ୧୧୩୧.୩୧ ପଏଣ୍ଟ (୧.୫୩%) ବୃଦ୍ଧି ପାଇ ୭୫,୩୦୧.୨୬ ପଏଣ୍ଟରେ ବନ୍ଦ ହୋଇଛି। ଅନ୍ୟପକ୍ଷରେ ଏନଏସଇ ନିଫ୍ଟି ୫୦ ଇଣ୍ଡେକ୍ସ ୩୨୫.୫୫ ପଏଣ୍ଟ (୧.୪୫%) ବୃଦ୍ଧି ପାଇ ୨୨,୮୩୪.୩୦ ପଏଣ୍ଟରେ ବନ୍ଦ ହୋଇଛି। ଆଜି ବଜାର ଜୋରଦାର ଗତିରେ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ସୋମବାର ଷ୍ଟକ ବଜାର ମଧ୍ୟ ସୁଧାର ସହ ବନ୍ଦ ହୋଇଯାଇଥିଲା। ଗତକାଲି ବିଏସଇ ସେନ୍ସେକ୍ସ ୩୪୧.୦୪ ପଏଣ୍ଟ ବୃଦ୍ଧି ପାଇ ୭୪,୧୬୯.୯୫ ପଏଣ୍ଟ ଏବଂ ନିଫ୍ଟି ୧୧୧.୫୫ ପଏଣ୍ଟ ବୃଦ୍ଧି ପାଇ ୨୨,୫୦୮.୭୫ ପଏଣ୍ଟରେ ବନ୍ଦ ହୋଇଥିଲା।
ମଙ୍ଗଳବାର ସେନ୍ସେକ୍ସରେ ଥିବା ୩୦ଟି କମ୍ପାନି ମଧ୍ୟରୁ ୨୬ଟି କମ୍ପାନିର ସେୟାର ବୃଦ୍ଧି ସହ ବନ୍ଦ ହୋଇଥିବା ବେଳେ ବାକି ୪ଟି କମ୍ପାନି କ୍ଷତି ସହ ଲାଲ ରଙ୍ଗରେ ବନ୍ଦ ହୋଇଛି। ଅନ୍ୟପକ୍ଷରେ ନିଫ୍ଟି-୫୦ରେ ଥିବା ୫୦ଟି କମ୍ପାନି ମଧ୍ୟରୁ ୪୭ଟି କମ୍ପାନିର ସେୟାର ସବୁଜ ରଙ୍ଗରେ ବନ୍ଦ ହୋଇଥିବା ବେଳେ ବାକି ୩ଟି କମ୍ପାନି କ୍ଷତି ସହ ଲାଲ ରଙ୍ଗରେ ବନ୍ଦ ହୋଇଛି। ଆଜି ସେନ୍ସେକ୍ସରେ ଥିବା କମ୍ପାନିଗୁଡ଼ିକ ମଧ୍ୟରେ ଜୋମାଟୋର ସେୟାର ସର୍ବାଧିକ ୭.୪୩ ପ୍ରତିଶତ ବୃଦ୍ଧି ସହ ବନ୍ଦ ହୋଇଥିବା ବେଳେ ବଜାଜ ଫିନସର୍ଭର ସେୟାର ସର୍ବାଧିକ ୧.୩୩ ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଛି।