Mahanadi River

ମହାନଦୀ ଅବବାହିକାରେ ୭ଟି ବ୍ୟାରେଜ କରିବାକୁ ସରକାରଙ୍କ ନିଷ୍ପତ୍ତି: ମନ୍ତ୍ରୀ

State

ଭୁବନେଶ୍ୱର: ମହାନଦୀ ଅବବାହିକାରେ ନିର୍ମାଣ ହେବ ୭ଟି ବ୍ୟାରେଜ । ଏନେଇ ମୁଖ୍ୟମନ୍ତ୍ରୀ ମୋହମ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ଏହି ସମ୍ପର୍କରେ ଉଦୟପୁରରେ ହୋଇଥିବା ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଛତିଶଗଡର ଜଳ ସମ୍ପଦ ମନ୍ତ୍ରୀ ଓ କମିଶନର ଉପସ୍ଥିତ ରହି ଆଲୋଚନା କରିଛନ୍ତି ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ରବି ନାୟକ ।

ଏହା ସହ ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଦେଇ ଯାଉଥିବା ମହାନଦୀ ଅବବାହିକାରେ ଜଳ ସ୍ତର ହ୍ରାସ ପାଉଛି ବୋଲି ଗୃହରେ ସ୍ୱୀକାର କରିଛନ୍ତି ମନ୍ତ୍ରୀ ରବି ନାୟକ । ଖାଲି ସେକିତି ନୁହଁ ପୁରୀ ଜିଲ୍ଲା ଦେଇ ଯାଉଥିବା ଦୟାନଦୀରେ ବି ପାଣି କମୁଥିବା ନେଇ ମନ୍ତ୍ରୀ ସ୍ୱୀକାର କରିଛନ୍ତି ।