ଆଗରପଡ଼ା :ଆଗରପଡ଼ା ରାମଗଡ଼ପଦା ମେଳଣ ପଡ଼ିଆରେ ବିଧାୟକ ସଂଜୀବ ମଲ୍ଲିକ ଉପସ୍ଥିତ ରହି ରାଧାବଲ୍ଲଭ ଯୁଗଳ ମୂର୍ତ୍ତି ଦର୍ଶନ କରିବା ସହ ହୋଲି ପର୍ବକୁ ପାଳନ କରିଥିଲେ । ଏଥିରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ୍ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ବିଜେଡି ବରିଷ୍ଠ ନେତା ପ୍ରଶାନ୍ତ ଦାଶଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ସେହିପରି ଚାରିଗାଁ କାଳିପଡ଼ିଆରେ ରାମେଶ୍ୱର ଦୋଳମେଳନ ମହୋତ୍ସବରେ ଯୋଗ ଦେଇଥିଲେ ବିଧାୟକ ଶ୍ରୀ ମଲ୍ଲିକ ।
