Do

ରାମଗଡ଼ପଦା ମେଳଣ ପର୍ବ ମହାସମାରୋହରେ ପାଳିତ, ବିମାନ କାନ୍ଧେଇଲେ ଥାନାଧିକାରୀ

State

ଆଗରପଡ଼ା :ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଆଗରପଡ଼ା ରାମଗଡ଼ପଦା ମେଳଣ ପର୍ବ ମହାସମାରୋହରେ ପାଳନ କରାଯାଇଛି । ପ୍ରାୟ ୪୫ଗୋଟି ସୁସଜ୍ଜିତ ବିମାନ ଗୁଡ଼ିକ ଶୋଭାଯାତ୍ରାରେ ନିଆ ଯାଉ ଥିବାବେଳେ ଆଗରପଡ଼ା ଥାନାଧିକାରୀ ଶ୍ରୀକାନ୍ତ ପତି ବିମାନର ଗୋଟିଏ ପାର୍ଶ୍ୱରେ ଓ ଅନ୍ୟ ପାର୍ଶ୍ୱରେ ବନ୍ତ ଅତିରିକ୍ତ ତହସିଲଦାର ପ୍ରସନ୍ନ ମହାନ୍ତି ବିମାନ କାନ୍ଧେଇବା ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ବିଟିପୁରସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ବାହାରିଥିବା ରାଧାକୃଷ୍ଣଙ୍କ ବିମାନକୁ ଏହି ଦୁଇ ପ୍ରଶାସନିକ ଅଧିକାରୀ କାନ୍ଧେଇଥିବାର ପରିଲକ୍ଷିତ ହୋଇଥିଲା । ଭଗବାନଙ୍କ ବିମାନ ଯାତ୍ରାରେ ସାମିଲ ହୋଇ ଏହି ମହତ୍ କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ଏହା ମୋର ସୌଭାଗ୍ୟ ବୋଲି ଥାନାଧିକାରୀ ଶ୍ରୀ ପତି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି । ଏହି ମେଳନ ପର୍ବ ଇତିହାସରେ ନିଜେ ପ୍ରଶାସନିକ ଅଧିକାରୀମାନେ ବିମାନ କାନ୍ଧେଇବା ପ୍ରଥମ ଘଟଣା ବୋଲି ପୁରୁଖା ବ୍ୟକ୍ତିମାନେ ମତବ୍ୟକ୍ତ କରୁଛନ୍ତି ।