Rape

ସମ୍ପର୍କରେ ଲାଗିଲା କଳଙ୍କର ଛିଟା, ସ୍ୱାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲା ସମ୍ପର୍କୀୟ କାକା

State

ଜଳେଶ୍ଵର: ସ୍ୱାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲା ସମ୍ପର୍କୀୟ କାକା । ନିଜର ଯୌନ ପିପାଶା ମେଣ୍ଟାଇବା ପାଇଁ ଭୁଲିଗଲା ସମ୍ପର୍କ । ହରାଇ ବସିଲା ମଣିଷତ୍ୱ । କି ଘୋର କଳି ଯୁଗ ହେଲା । ଏଠି ଯେମିତି ମାନବିକତା ହରାଇ ବସିଲାଣି ମଣିଷ । ଦିନକୁ ଦିନ କୁତ୍ସିତ ହେଇଗଲାଣି ଏ ସମାଜ । ଯୌନ ଲାଳସା ପୂରଣ କରିବା ପାଇଁ ମଣିଷ ଏତେ ନିଚ୍ଚ ସ୍ତରକୁ ଖସିଯାଉଛି ଯେ ଯାହା ପାଟିରେ କହିବାକୁ ବି ଘୃଣା ଲାଗୁଛି । ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ଗଡ଼ସାହି ବାଲିଆପାଳ ଗାଁରେ ଘଟିଛି ଏଭଳି ଏକ ଲଜ୍ଜାଜନକ ଘଟଣା ।

ସୂଚନା ଅନୁଯାୟୀ ପ୍ରଭାକର ଜେନା ତାଙ୍କ ସ୍ତ୍ରୀଙ୍କୁ ନେଇ ଗତ ଶନିବାର ଦିନ ଗାଁର ଜଣେ ସମ୍ପର୍କୀୟ କାକା କାଳିଚରଣ ସାହୁଙ୍କ ସହିତ ବାଇକରେ ସିଂଲା ବଜାରକୁ ଆଧାର କାର୍ଡ ସଂଶୋଧନ କରିବା ପାଇଁ ଯାଇଥିଲେ । କିନ୍ତୁ ଫେରିବା ସମୟରେ ରାତି ଅନ୍ଧାରର ସୁଯୋଗ ନେଇ ପ୍ରଭାକରକୁ ପ୍ରବଳ ମଦ ପିଆଇ ନିଶାସକ୍ତ କରାଇ ଦେଇଥିଲେ କାଳିଚରଣ । ଯାହାପରେ ତାଙ୍କୁ ଅନ୍ୟ ଏକ କାମ ପାଇଁ ତାଙ୍କୁ ନାଇକୁଡି ଅଞ୍ଚଳକୁ ପଠାଇ ଦେଇଥିଲେ । ତାପରେ ପୁତୁରା ବୋହୂକୁ ଘରେ ଛାଡି ଦେବେ କହି ସାଙ୍ଗରେ ନେଇ ଯାଇଥିଲେ ।

ଗାଁକୁ ଫେରିବା ବାଟରେ ଏକ ନିଛାଟିଆ ରାସ୍ତାରେ ତାଙ୍କ ସ୍ତ୍ରୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଆଉ ପୁତୁରା ବୋହୂକୁ ଆଣି ଘରଠାରୁ ଦୂରରେ ଛାଡି ଦେଇଯାଇଥିଲେ । ଯାହାପରେ ବୋହୁ ନିଜ ଶାଶୁଙ୍କୁ ସମସ୍ତ କଥା ଜଣାଇଥିଲେ । ଏହାପରେ ଏନେଇ ପ୍ରଭାକରଙ୍କ ସ୍ତ୍ରୀ ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଦେହର ଭୋକ ମେଣ୍ଟାଇବା ପାଇଁ ଅନ୍ଧ ହୋଇଗଲା କାକା । ଭୁଲିଗଲା ସମ୍ପର୍କ ଆଉ ଝିଅ ସମାନ ବୋହୂର ସମ୍ମାନ । ତେବେ ତଦନ୍ତ ପରେ ହିଁ ଜଣାପଡିବ ପ୍ରକୃତ ସତାସତ୍ୟ କଣ ।