Q0jk2rgqoygpy8mpix07

ଜଳନ୍ଧରରେ ଗ୍ରେନେଡ୍ ଆକ୍ରମଣ, ନିଜକୁ ଦାୟୀ କଲା ପାକିସ୍ତାନୀ ଗ୍ୟାଙ୍ଗଷ୍ଟର

National & International

ଜଳନ୍ଧର: ପଞ୍ଜାବର ଜଳନ୍ଧରରେ ଏକ ଘର ଉପରେ ଗ୍ରେନେଡ୍ ଆକ୍ରମଣ ହୋଇଛି । ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶାହଜାଦ ଭଟ୍ଟି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।

ଗତକାଲି ଅମୃତସରର ଖଣ୍ଡୱାଲା ଅଞ୍ଚଳରେ ଏକ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ନିକଟରେ ଥିବା କାନ୍ଥ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଝରକା କାଚ ଭାଙ୍ଗି ଯାଇଥିଲା। ଶନିବାର ସକାଳେ ହୋଇଥିବା ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ବିସ୍ଫୋରଣ ପାକିସ୍ତାନୀ ଆଇଏସ୍ଆଇ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଅମୃତସର ପୋଲିସ କମିଶନର ଗୁରପ୍ରୀତ ସିଂ ଭୁଲର କହିଛନ୍ତି ଯେ ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ପୋଲିସକୁ ଘଟଣା ବିଷୟରେ ସୂଚନା ଦିଆଯାଇଥିଲା । ଖବର ପାଇ ପୁଲିସ ର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା।