କଟକ: ରଙ୍ଗର ପର୍ବ ହୋଲିରେ ଉତ୍ସବମୁଖର ଦିଲ୍ଲୀ ଠୁ ପଲ୍ଲୀ। କେଉଁଠୁ ଫୁଲ ତ ଆଉ କେଉଁଠି କାଦୁଅ, ଆଉ କେଉଁଠି ରଙ୍ଗର ଅବିର, ବିଭିନ୍ନ କେମିକାଲ ରଙ୍ଗରେ ଚାଲିଛି ହୋଲି ଖେଳ।
ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ କୌଣସି ଉପାନ୍ତ ଅଞ୍ଚଳ କି ବିଦେଶ ନୁହେଁ, ଏ ହେଉଛି ଭାଇଚାରାର ସହର ସିଲଭର ସିଟି କଟକ, ଯେଉଁଠି ରଙ୍ଗ ନୁହେଁ ବରଂ ଫୁଲରେ ହୋଲି ପର୍ବ ପାଳନ କରାଯାଏ । ସବୁଠୁ ରୋଚକ କଥା ହେଉଛି, ଏହି ପରମ୍ପରା ଏବେକାର ନୁହେଁ ବରଂ ଦୀର୍ଘ ୨୫ ବର୍ଷ ହେବ ଫୁଲରେ ହିଁ ଏଠି ହୋଲି ପର୍ବ ପାଳନ କରାଯାଉଛି । ପରସ୍ପରକୁ ଫୁଲ ଦେଇ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ଇଥିକ ବାସିନ୍ଦା।
ଏମିତି ନିଆରା ଫୁଲ ର ହୋଲି ପାଳନ୍ତି କଟକର ରେକି ମିଶନ। ରଙ୍ଗ ନୁହେଁ ଏଠାରେ ଫୁଲରେ ହୋଲି ସେଲିବ୍ରେସନ୍ ହୋଇଥାଏ । ‘ରେକି ମିଶନ’ ସାଧୁ ସନ୍ଥଙ୍କ ପାଦରେ ଫୁଲ ଅର୍ପଣ କରି ହୋଲି ପାଳନ କରିଥାନ୍ତି । ଧାଡିରେ ରହି ସାଧୁଙ୍କ ଆଶୀର୍ବାଦ ନେବା ସହିତ ଲଡୁ ଖାଇ ହୋଲି ଉତ୍ସବ ପାଳନ କରିଥାନ୍ତି । କଟକର ରେକି ମିଶନରେ ଆଜକୁ ୨୫ ବର୍ଷ ହେବ ରଙ୍ଗ ନୁହେଁ ବରଂ ଫୁଲରେ ହୋଲି ପର୍ବ ପାଳନ କରାଯାଉଛି । ରେକି ମିଶନ ପ୍ରତିଷ୍ଠାତା ଶ୍ରୀ ଶ୍ରୀସନ୍ଥଙ୍କ କହିବା କଥା, କିଛି ନୂଆ କରି ଦେଖାଇବାର ଚିନ୍ତାଧାରା ନୁହେଁ ବରଂ ସମାଜକୁ ଏକ ବାର୍ତ୍ତା ଦେବାକୁ ସେମାନଙ୍କର ମୂଳ ଉଦ୍ଦେଶ୍ୟ।