Drowning

ହୋଲିରେ ଅଘଟଣ, ପୋଖରୀରେ ବୁଡି ୧୦ ବର୍ଷର ନାବାଳକ ମୃତ

State

ଛତ୍ରପୁର : ହୋଲିର ଅଘଟଣ । ପୋଖରୀରେ ବୁଡି ୧୦ ବର୍ଷର ନାବାଳକ ମୃତ । ମୃତ ନାବାଳକ ଗଞ୍ଜାମ ଜିଲ୍ଲାର ପୋଡ଼ମପେଟା ଗାଁର ବି. ବାବାଜୀଙ୍କ ପୁଅ ବି. ଚନ୍ଦନ l ହୋଲି ଖେଳି ସାରି ଗାଁରେ ଥିବା ପୋଖରୀକୁ ୪ ଜଣ ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇଥିଲେ ଚନ୍ଦନ । ଏହି ସମୟରେ ସେ ପାଣିରେ ବୁଡି ଯାଇଥିଲେ l ଗ୍ରାମବାସୀ ଚନ୍ଦନକୁ ଉଦ୍ଧାର କରି ପ୍ରଥମେ ଗଞ୍ଜାମ ମେଡିକାଲ ଓ ପରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ l ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମେଡ଼ିକାଲରେ ପହଂଚି ଚନ୍ଦନଙ୍କ ପରିବାରକୁ ସମବେଦନା ଜଣାଇବା ସହ ସରକାରଙ୍କ ପକ୍ଷରୁ ମିଳୁଥିବା କ୍ଷତିପୂରଣ ଯେପରି ତୁରନ୍ତ ପ୍ରଦାନ କରାଯିବ ସେନେଇ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ l