ବାରିପଦା- ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ତଥା ଚିତ୍ରଡା ଫାଣ୍ଡି ଅଧିନସ୍ତ ଜଗନ୍ନାଥ ମନ୍ଦିର ନିକଟସ୍ଥ ଏକ ଜଙ୍ଗଲରୁ ଜଣେ ମହିଳା ଙ୍କ କ୍ଷତବିକ୍ଷତ ମୃତ ଦେହକୁ ଆଜି ସକାଳୁ ପୋଲିସ ଉଦ୍ଧାର କରିଅଛି l ମୃତକ ଜଣକ ହେଲେ ଉକ୍ତ ଥାନା ଅନ୍ତର୍ଗତ ଟିଆଁସି ଗ୍ରାମର ଦୁର୍ଗା ନାଏକ ଙ୍କ ସ୍ତ୍ରୀ ଖଲି ନାଏକ l ମହିଳା ଜଣକ ଲୋଧା ସମ୍ପ୍ରଦାୟ ର l ସିଏ ଗତକାଲି ଘରୁ କୁଆଡେ ଯାଇ ଆଉ ଘରକୁ ଫେରି ନଥିଲେ l ଆଜି ସକାଳୁ ଚିତ୍ରଡା ଡୁମୁରଡିହା ଗ୍ରାମର ମହିଳା ମାନେ ଜଙ୍ଗଳକୁ ପତ୍ର ତୋଳିବାକୁ ଯାଇ ଥିବାବେଳେ ଦେଖି ପୋଲିସ କୁ ଖବର ଦେଇଥିଲେ l ମୋରଡ଼ା ଥାନା ଅଧିକାରୀ ସୁମିତ କୁମାର ସୋରେନ, ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପ୍ରମୁଖ ଘଟଣା ସ୍ଥଳକୁ ଯାଇ ମୃତ ଦେହକୁ ଜବତ କରି ଅଧିକ ତଦନ୍ତ ଜାରିରଖିଛନ୍ତି l ତେବେ ମହିଳାଙ୍କୁ ବଳାତ୍କାର କରି ହତ୍ୟା କରାଯାଇଥିବାର ଅନୁମାନ କରାଯାଉଅଛି l ଆଜି ଅପରାହ୍ନ ରେ ଏସପି ବରୁଣ ଗୁଣ୍ଠୁପାଲି, ଅତିରିକ୍ତ ଏସପି ସବିତା ମାଝୀ ଙ୍କ ସମେତ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ଘଟଣା ର ଅନୁଷନ୍ଧାନ କରୁଛନ୍ତି l ଏ ବାବଦରେ ମୋରଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଅଛି l
