Errr1

ଦିନବେଳେ ଘରେ ପଶି ବ୍ୟବସାୟୀଙ୍କୁ ହତ୍ୟା କଲା ଦୁବୃତ୍ତ

State

ବାରିପଦା: ଦିନବେଳେ ଘରେ ପଶି ହତ୍ୟା କଲା ଦୁବୃତ୍ତ l ଏହିଭଳି ଏକ ଚାଞ୍ଚଲ୍ୟକର ଘଟଣା ଆଜି ଦେଖିବାକୁ ମିଳିଅଛି ବାରିପଦା ସହରରେ l ଆଜି ସକାଳ ପାଖାପାଖି ଦଶଟା ସମୟରେ ସହରର ୱାର୍ଡ ନମ୍ବର 3 ଅନ୍ତର୍ଗତ ସ୍ନେହାଶିଷ ପଣ୍ଡା ଓରଫ ଟିକଳୁ ନିଜ ଘରେ ଥିବାବେଳେ ଜଣେ ଦୁବୃତ୍ତ ତାଙ୍କ ଘରକୁ ଆସି ଡାକିଥିଲା l ଏହି ସମୟରେ ଟିକଲୁ ପଣ୍ଡା ଆସି କବାଟ ଖୋଲିବାରୁ ତାଙ୍କୁ ଜଣଙ୍କର ଫୋନ ନମ୍ବର ମାଗିଥିଲା l ସିଏ ଫୋନ କାଢ଼ିବା ସମୟରେ ଦୁବୃତ୍ତ ଜଣକ ସାଙ୍ଗରେ ଆଣିଥିବା ଏକ ଧାରୁଆ ଅସ୍ତ୍ରରେ ଟିକଲୁ ଙ୍କ ବେକକୁ କାଟିଦେଇ ଥିଲା l ଦୁବୃତ୍ତ ଜଣକ ଏହି ଘଟଣା ଘୋଟାଇବା ପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥୂଳରୁ ଫେରାର ହୋଇଯାଇଥିଲା l ତେବେ ଏହି ସମୟରେ ପରିବାର ଲୋକେ ମଧ୍ୟ ଘରେ ଉପସ୍ଥିତ ଥିଲେ l ପାଟି ଶୁଣି ପରିବାରଲୋକ ପାଖକୁ ଆସି ଦେଖିବା ବେଳକୁ ସିଏ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିରୋହିଥିଲେ l ତାଙ୍କୁ ସଙ୍ଗେ ସଙ୍ଗେ ବାରିପଦା ପିଆରଏମ ମେଡିକାଲକୁ ନିଆଯାଇଥିଲା l ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଟିକଲୁ ପଣ୍ଡା ଜଣେ ବିଶିଷ୍ଟ ବ୍ୟବସାୟୀ ସାଙ୍ଗକୁ ଏକ ରାଜନ୍ୟତିକ ଦଳର କର୍ମକର୍ତ୍ତା ମଧ୍ୟ ଥିଲେ l ତେଣୁ ସହରର ଜଣେ ଜଣା ଶୁଣା ଲୋକ ଭାବେ ପରିଚିତ l ତେବେ ସବୁଠାରୁ ବଡ଼ କଥା ହେଉଛି ଆଜି ସେହି ପାଖରେ ଏକ ଅଷ୍ଟମ ପ୍ରହରୀ ନାମ ସଂକୀର୍ତନ ଚାଲୁଥିଲା l ପାଖା ପାଖୀ ଜନଗହଳି ମଧ୍ୟ ଥିଲା l ସେଠାରୁ ଅଳ୍ପ ଦୂରରେ ଜଣେ ମନ୍ତ୍ରୀ ଙ୍କ ବାସଭଵନ ମଧ୍ୟ ଅଛି l ଦୁବୃତ୍ତ ଜଣକ ଏକ ବାଇକରେ ଆସି ଜିପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟାଇବାକୁ ସାହସ କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଅଛି l ଆଉ ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯିବାକୁ ମଧ୍ୟ ସକ୍ଷମ ହେଲା l ପୋଲିସ ଖବର ପାଇ ଆସି ଘରେ ଏବଂ ପାଖ ଆଖରେ ଲାଗିଥିବା ସିସିଟିଭି ଫୁଟେଜ କୁ ଆଧାର କରି ତଦଣ୍ତ ଆରମ୍ଭ କରିଥିଲା l ଏବଂ ଖୁବ କମ ସମୟ ମଧ୍ୟରେ ଅଭିଯୁକ୍ତ କୁ ଧରିବାରେ ମଧ୍ୟ ସକ୍ଷମ ହୋଇଅଛି l ଅଭିଯୁକ୍ତ ଜଣକ ହେଲା ବାରିପଦା ସହରର ୱାର୍ଡ ନମ୍ବର 5 ଅନର୍ଗତ ଏସଟିଆର କଲୋନୀ ର ବାସିନ୍ଦା ହିମାଂଶୁ ମହାକୁଡ଼ l ପୋଲିସ ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଛି ଯେ ଅଭିଯୁକ୍ତ ଜଣକ ଟିକଲୁ ପଣ୍ଡା ଙ୍କ ଦୂର ସମ୍ପର୍କୟ ଅଟେ l ପୂର୍ବ ଶତ୍ରୁତା ରୁ ସିଏ ଏହିଭଳି ଏକ ହତ୍ୟାକାଣ୍ଡ ଘଟାଇଛି l ଅଭିଯୁକ୍ତ କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରିରଖିଅଛି l ଏ ବାବଦରେ ବାରିପଦା ଭଞ୍ଜପୁର ଥାନାରେ କେସ ନମ୍ବର 75/14.3.2925 ରେ ଏକ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ବ୍ୟବଛେଦ କରି ପରିବାର ଲୋକକୁ ହସ୍ତାନ୍ତର କରିଅଛି l