Goat

ଏକ ସଙ୍ଗରେ ୧୫ରୁ ଅଧିକ ଛେଳିର ମୃତ୍ୟୁ

State

ଢେଙ୍କାନାଳ : ଏକ ସଙ୍ଗରେ ୧୫ରୁ ଅଧିକ ଛେଳିର ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଢେଙ୍କାନାଳ ସଦର ଥାନା ସୋଗରପଷି ପଞ୍ଚାୟତ ଆରଦା ଗାଁରୁ ଆସିଛି ଅଭିଯୋଗ । ଜଙ୍ଗଲରେ ଚରୁଥିବା ଅବସ୍ଥାରେ ୧୫ରୁ ଅଧିକ ଛେଳିର ଅକସ୍ମାତ ମୃତ୍ୟୁ ହୋଇଛି । ଛେଳି ମଡକ ଦେଖି କ୍ଷତିଗ୍ରସ୍ତ ଛେଳି ଚାଷୀ ଚୈତନ୍ୟ ପ୍ରଧାନ ଅଚେତ ହୋଇ ପଡିଥିବା ବେଳେ ତାଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚୈତନ୍ୟ ପଧାନ ଆଜି ସକାଳୁ ୩୦ ଛେଳି ନେଇ ଚରାଇବାକୁ ଝିଙ୍କରଗଡି ଜଙ୍ଗଲକୁ ଯାଇଥିଲେ ।କିଛି ସମୟ ଚରିବା ପରେ ହଠାତ୍ ୧୫ରୁ ଉର୍ଦ୍ଧ୍ଵ ଛେଳି ଟଳି ପଡିଥିଲେ । କୈାଣସି ବିଷାକ୍ତ ଖାଦ୍ୟ ଖାଇବା ଯୋଗୁ କିମ୍ବା ଅଧିକ ଖରା ଯୋଗୁ ଛେଳି ଗୁଡିକର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି । ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗେଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।