Yogi

ଗୋରଖନାଥ ମନ୍ଦିରରେ ରଙ୍ଗ ଖେଳ ସହ ପକ୍ଷୀଙ୍କୁ ଖୁଆଇଲେ ଯୋଗୀ

National & International

ଲକ୍ଷ୍ନୌ: ପକ୍ଷୀ ପ୍ରେମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପବିତ୍ର ହୋଲି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଗୋରଖନାଥ ମନ୍ଦିର ଯାଇଥିବା ବେଳେ ସେଠାରେ ସେ ବତକମାନଙ୍କୁ ଖାଦ୍ୟ ଖୁଆଇଥିଲେ । ଖାଲି ବତକ ନୁହଁନ୍ତି ମୟୂରକୁ ନିଜ ହାତରେ ଖାଦ୍ୟ ଖୁଆଉଥିବାର ଏକ ଫଟୋ ବି ଯୋଗୀ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପୂର୍ବରୁ ଯୋଗୀଙ୍କୁ ବିଭିନ୍ନ ସମୟରେ ଗୋରୁଗାଈଙ୍କୁ ଖୁଆଇବା ଏବଂ ସେମାନଙ୍କ ଯତ୍ନ ନେବାର ଦୃଶ୍ୟ ଦେଖିବାକୁ ମିଳିଛି ।

ହୋଲି ଅବସରରେ ଗୋରଖନାଥ ମନ୍ଦିରରେ ରଙ୍ଗ ଖେଳିଛନ୍ତି ଯୋଗୀ । ତାସହ ପୂରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯୋଗୀ କହିଛନ୍ତି -ଉତ୍ସାହ, ଉତ୍ସବ ଏବଂ ଏକାଠି ହେବାର ପର୍ବ ହୋଲି । ଏକତାରେ ହିଁ ଦେଶର ରହିବ ଅଖଣ୍ଡତା ।