ଆଗରପଡ଼ା :ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚଚାୟତ ସଂଯୁକ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଗତ୧୧ତାରିଖରୁ ଆରମ୍ଭ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଉକ୍ତ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକଙ୍କ ବୃତ୍ତିଗତ ବିକାଶ ନିମନ୍ତେ ଉଦ୍ଧିଷ୍ଠ । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୫୪ ଜଣ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଏହି ଶିବିରରେ ଗୋଷ୍ଠୀ ସହ ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡା ଓ ଭାଗୀରଥୀ ପାତ୍ର ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ପ୍ରଶିକ୍ଷିକ ବିଜୟୀନି ସ୍ୱାଇଁ ଏବଂ ମଧୁସ୍ମିତା ତ୍ରିପାଠୀ ଶିବିର ଆୟୋଜନ ସହ ପ୍ରଶିକ୍ଷାର୍ଥୀ ମାନଙ୍କୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଏଥିରେ ପ୍ରଶିକ୍ଷକ ପ୍ରଫୁଲ୍ଲ କୁମାର ଦାସ , ମାନସ କୁମାର ଭୂୟାଁ ଓ ଅମରେନ୍ଦ୍ର ସ୍ୱାଇଁ ପ୍ରଶିକ୍ଷାର୍ଥୀ ମାନଙ୍କୁ ଜାତୀୟ ଶିକ୍ଷାନୀତି -୨୦୨୦ ,ଶିକ୍ଷା ଅଧିକାର ଅଧିନିୟମ , ଜାତୀୟ ପାଠ୍ୟକ୍ରମ ଆଧାର ଓ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଆଚଂଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ପଳାଇ ପରିଚାଳନା ଦାୟିତ୍ୱ ବହନ କରିଥିଲେ ।
