ଆଗରପଡ଼ା :ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଗୋପିନାଥ ଜୀଉ ନୋଡାଲ ୟୁପି ସ୍କୁଲ ପରିସରରେ ସ୍ଥାନୀୟ ଯୁବକ ସଂଘ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ଏହାକୁ ଉଦ୍ଘ।।ଟନ କରିଥିଲେ । ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ଶରତ ଆଚାର୍ଯ୍ୟ, ରବୀନ୍ଦ୍ର ଜେନା, ରଶ୍ମିତା ମହାଳିକ୍, ରତିକାନ୍ତ ବଳ,ପ୍ରକାଶ ବେହେରା, ବଳରାମ ପୁହାଣ ଉପସ୍ଥିତ ରହି ୪୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ସଂଘ କର୍ମକର୍ତ୍ତା ମନୋରଞ୍ଜନ ମହାପାତ୍ର, ମାନସ କୁମାର ବେହେରା, ସୁବ୍ରତ ଜେନା ,ମନୋଜ ସେଠୀ ,ଅନାଦି ସାହୁ , ବିକାଶ ପଣ୍ଡା, ସନାତନ ସେଠୀ, ତୋଫାନ ଜେନା, ମନୋଜ ବେହେରା, ଜ୍ଞାନରଞ୍ଜନ ବେହେରା, ଜଳଧର ଶିଅଳ ,ଜଗମୋହନ ପାଣିଗ୍ରାହୀ, ଖଗେଶ୍ୱର ଜେନା, ଶଙ୍କର୍ଷଣ ସାହୁ,ସତ୍ୟ ଜିତ୍ ସାହୁ, ପରେଶ ବେହେରା ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।
