ଆଗରପଡ଼ା :ଆଗରପଡ଼ା ସ୍ଥିତ ଇଲେଭେନ୍ ଷ୍ଟାର କ୍ଲବ ଆନୁକୁଲ୍ୟରେ ହୋଇଥିବା ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବଡ଼ମର୍ହିଷଗୋଠ ପଂଚାୟତ ଅନ୍ତର୍ଗତ ଟିକିରା ଗ୍ରାମର ଗ୍ରାମବାସୀ ତଥା ସାମ୍ବାଦିକ ମନୋଜ ବେହେରା ଓ ସ୍ୱପ୍ନା ସୋନାଲିକାଙ୍କ ପୁଅ ସାକ୍ୟପ୍ରତୀକ (ଚିକୁ)ଲିଟିଲ ଚମ୍ପିଅନ ହୋଇଛନ୍ତି । ପ୍ରାକ୍ତନ ମଂତ୍ରୀ ନିରଞ୍ଜନ ପଟ୍ଟନାୟକ ଅତିଥିଭାବେ ଯୋଗଦେଇ ତାଙ୍କୁ ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରିଛନ୍ତି । ସାକ୍ୟପ୍ରତୀକ ଗଣିଜାଙ୍ଗସ୍ଥିତ ଏକାଡେମିକ ଇଣ୍ଟରନ୍ୟାସନାଲ ସ୍କୁଲରେ ସପ୍ତମ ଶ୍ରେଣୀରେ ଅଧ୍ୟୟନରତ । ପ୍ରଶିକ୍ଷକ ଗୋବିନ୍ଦ ସିଂହଙ୍କ ତତ୍ତ୍ୱାବଧାନରେ କେବଳ ବ୍ୟାଡ଼ମିଣ୍ଟନ ନୁହେଁ କ୍ରିକେଟ ଆଦି କ୍ରୀଡ଼ାରେ ସେ ଅନେକ ସଫଳତା ପାଇଛନ୍ତି । ତାଙ୍କର ସଫଳତାର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ବିଶିଷ୍ଟ କ୍ରୀଡ଼ାବିତ ବିଜୟ ମହାନ୍ତି ଓ ଯଶୋବନ୍ତ ସିଂହ । ସେ ଜଣେ ମେଧାବୀ ଛାତ୍ର ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ମଧ୍ୟ ରହିଛି ।
