ବାରିପଦା: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଜାମଦା ଆନୁକୂଲ୍ୟରେ କୃଷକ ରେଜିଷ୍ଟର ସଚେତନତା ରଥକୁ ଜାମଦା ତହସିଲଦାର ସର୍ବେଶ୍ବର ଜାଲ୍ ଓ ଜାମଦା ବ୍ଳକ କୃଷି ଅଧିକାରୀଣୀ ଶୁଭଲକ୍ଷ୍ମୀ ଦାଶ ନଡ଼ିଆ ଫଟାଇ ଶୁଭାରମ୍ଭ କରିଛନ୍ତି |କୃଷି ବିଭାଗର ସମସ୍ତ କର୍ମଚାରୀ ଆରଆଇ,ଏଆରଆଇ,ଚାଷୀ ଭାଇ,ସମାଜସେବୀ,ରାଜ୍ୟ ୟୁଏସ୍ଆଇ ସଂଗଠକ ଉପସ୍ଥିତିରେ ସଚେତନତା ରଥର ଶୁଭାରମ୍ଭ କରାଯାଇଛି |ଏହି ରଥ ର ଲକ୍ଷ୍ୟ ଜାମଦା ବ୍ଲକର ପ୍ରତି ପଞ୍ଚାୟତରେ ସରକାରଙ୍କ ଡିଜିଟାଲ କୃଷି ଅଧିନରେ କୃଷକ ପଞ୍ଜିକରଣ ବିଷୟରେ ସଚେତନ କରିବ |ଚାଷୀମାନେ ନିଜର ଆଧାରକାର୍ଡ,ନିଜ ଜମିରେ ଥିବା ଭୂଲେଖପଟ୍ଟା,ଆଧାର ସଂଯୁକ୍ତ ମୋବାଇଲ ନେଇ ଗ୍ରାମପଞ୍ଚାୟତସ୍ତରୀୟ କ୍ୟାମ୍ପ,କୃଷି ଅଫିସ,ନିକଟସ୍ଥ ଜନସେବା କେନ୍ଦ୍ରରେ ପଞ୍ଜିକରଣ କପାଇପାରିବେ ବୋଲି ଜାମଦା ବ୍ଳକ କୃଷି ଅଧିକାରିଣୀ ଶୁଭଲକ୍ଷ୍ମୀ ଦାଶ ସୂଚନା ପ୍ରଦାନ କରିଛନ୍ତି |ଜମିଜମା ରେକର୍ଡ ନିଜ ନାମରେ ନଥିଲେ ଭୂଲେଖରେ ଥିବା ମୃତ ଜମିଧାରୀଙ୍କ ମୃତ୍ୟୁ ପ୍ରମାଣପତ୍ର,ଉତ୍ତରାଧିକାରୀ ପ୍ରମାଣପତ୍ର ନେଇ ନିକଟସ୍ଥ ତହସିଲ ସହ ଯୋଗାଯୋଗ କରିବା ପାଇଁ ଚାଷୀମାନଙ୍କୁ ଜଣାଇ ଦିଆଯାଇଛି ବୋଲି ଜାମଦା ବିଏଓ ଶୁଭଲକ୍ଷ୍ମୀ ଦାଶ କହିଛନ୍ତି |ପ୍ରାପ୍ତ ସୂଚନା ଅନୁସାରେ ଆଜି ସୁଦ୍ଧା ୧୭୫ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି |
