Photo For The News Of Awareness Program

ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ସଚେତନତା ଅଭିଯାନ

State

ଆଗରପଡ଼ା :ଭଦ୍ରକ ବନ୍ୟପ୍ରାଣୀ ବନାଚଂଳ ପକ୍ଷରୁ ବନଖଣ୍ଡ ଅଧିକାରୀ ସୌଭାଗ୍ୟ ସାହୁଙ୍କ ନିର୍ଦ୍ଦେଶରେ ଭଦ୍ରକ ବନାଚଂଳ ଅଧିକାରୀ ପିତାମ୍ବର ନାୟକଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ନିଆଁର ପ୍ରତିରୋଧ ଓ ପ୍ରତିକାରକୁ ନେଇ ଏକ ସଚେତନତା ଅଭିଯାନ ଶୁଭାରମ୍ଭ ହୋଇଯାଇଛି । ବିଭିନ୍ନ ସମୟରେ ବନ୍ୟପ୍ରାଣୀ ମାନେ ଜଙ୍ଗଲ ଛାଡି ଗାଁ ଅଭିମୁଖେ ଆସୁଥିବାରୁ ଏହାର ନିରାକରଣ ପାଇଁ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ଙ୍କ ସୁରକ୍ଷା ନିମନ୍ତେ ଜଙ୍ଗଲରେ ନିଆଁ ନଲଗାଇବା ସହିତ ଏହାର ପ୍ରତିରୋଧ କରିବା ଉକ୍ତ ଅଭିଯାନର ମୂଳ ଲକ୍ଷ ଓ ଉଦ୍ଦେଶ୍ୟ । ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ଓ ପ୍ରସାର ଜରିଆରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବା ସହିତ କବିତା ଓ ସ୍ଲୋଗାନ ଜରିଆରେ ଜଙ୍ଗଲ ବଂଚିଲେ ଆମେ ବଚିଂବା,ସୁସ୍ଥ ଜଳବାୟୁ ନିଶ୍ଚେ ପାଇବା ଓ ବନ୍ୟପ୍ରାଣୀ ସବୁ ରହିବେ ସୁଖେ ,ଆସିବେନି ଆଉ ଗାଁ ଅଭିମୁଖେ ଆଦି ପ୍ରଚାର କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଭଦ୍ରକ ବନପାଳ ଶ୍ରୀଦେବୀ ବାରିକ,ଆଗରପଡ଼ା ବନପାଳ ବସନ୍ତ କୁମାର ମାଝୀ ଙ୍କ ସମେତ ବନରକ୍ଷୀ ଓ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।