ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚଚାୟତ ଇଚ୍ଛାପୁର ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ନିପୁଣ ଓଡ଼ିଶାର ଏକ ଅଭିନ୍ୱ ପ୍ରୟାସ ଆମ ସଂସ୍କୁତି ଓ ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ନାୟକ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘ।।ଟନ କରିଥିଲେ । ରାଜ୍ୟ ସରକାରଙ୍କ ଏହି ଭଳି ଅଭିନ୍ୱ ପ୍ରୟାସ କୁ ଉଚ୍ଚ ପ୍ରଶଂସା କରିଥିଲେ ଅତିଥିବୃନ୍ଦ । ନିପୁଣ ଓଡିଶା କାର୍ଯ୍ୟକ୍ରମରେ ଆମ ସଂସ୍କୁତି ଆମ ଖେଳନା ସହିତ ଶିକ୍ଷାଦାନର କେତେକ ଶିକ୍ଷଣିୟ ଉପକରଣ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ପ୍ରଦର୍ଶନ କରାଯାଇଥିଲା । ସହକାରୀ ଶିକ୍ଷୟତ୍ରୀ ନିର୍ମଳା ବେହେରା ଓ ସଞ୍ଜୁଲତା ସାହୁଙ୍କ ସମେତ ସଦସ୍ୟ/ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଆମ ସଂସ୍କୁତି ଓ ଆମ ଖେଳନା କାର୍ଯ୍ୟକ୍ରମ ୩୦ରୁ ଉର୍ଦ୍ଧ ଷ୍ଟଲ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ।
