Eeeq

“ଏସପାଇଆର ରାଇରଙ୍ଗପୁର” ମାଧ୍ୟମରେ ଫ୍ରି କୋଚିଂ ଜିଲ୍ଲାପାଳଙ୍କ ଦ୍ବାରା ଶୁଭ ଉଦଘାଟିତ

State

ବାରିପଦା : ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ପ୍ରୋତ୍ସାହନରେ ବାମନଘାଟୀ ଉପଖଣ୍ଡ ର ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ଭବିଷ୍ୟତ ଲକ୍ଷ୍ୟ ପୂରଣ ନେଇ ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନଙ୍କ ତତ୍ୱାବଧାନରେ ଉପଖଣ୍ଡ ପ୍ରଶାସନ ତରଫରୁ “ଏସପାଇଆର ରାଇରଙ୍ଗପୁର “(Aspire Rairangpur ) ଏକ ଅଭିନଵ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଏହି କାର୍ଯ୍ୟକ୍ରମ ଜରିଆରେ କେବଳ ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ୭ ଗୋଟି ବ୍ଲକ ଓ ରାଇରଙ୍ଗପୁର ପୌରପାଳିକା ଅଂଚଳର ଚାକିରୀ ଆଶାୟୀ ୨୧ ବର୍ଷ ରୁ ୨୭ ବର୍ଷର (ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଙ୍କ ପାଇଁ ୩୦ ବର୍ଷ) ସ୍ନାତକ ଓ ତଦୁର୍ଦ୍ଧ ଶିକ୍ଷାଗତ ଯୋଗ୍ୟତା ଥିବା ଶିକ୍ଷିତ ଯୁବକ ଯୁବତୀ ମାନେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ହାସଲ ପାଇଁ ନିଜକୁ ଯୋଗ୍ୟ କରିବା ପାଇଁ ଏସପାଇଆର ରାଇରଙ୍ଗପୁର କାଯ୍ୟକ୍ରମ ମାଧ୍ୟମରେ ୩ ମାସିଆ Free Coaching (ମାଗଣା ଅନୁଶୀକ୍ଷଣ )ରେ ନିଜକୁ ସାମିଲ କରିବା ପାଇଁ ନାମ ଲେଖାଇ ପାରିବେ ବ୍ୟବସ୍ଥା କରାଯାଇଥିଲା । ଯେଉଁଥିରେ ପ୍ରାର୍ଥୀ ନଏଥିପାଇଁ ଏହି ଫ୍ରି କୋଚିଂ ରେ ନାମ ଲେଖାଇବା ପାଇଁ ଇଛୁକ ଯୋଗ୍ୟ ଯୁବକ ଯୁବତୀ ଏଥି ନିମନ୍ତେ ଉଦିଷ୍ଟ ଆବେଦନ ପତ୍ର ରେ ୧୯୭ ଜଣ ଅନ୍ ଲାଇନ୍ ମାଧ୍ଯମରେ ନାମ ପଞ୍ଜିକୃତ କରିଥିଲେ। ତଦନୁସାରେ ୨୩-୦୨-୨୦୨୫ ରିଖ ଏକ ମିଳିତ ଏଣ୍ଟ୍ରାନ୍ସ ପରୀକ୍ଷା ସ୍ଥାନୀୟ ମହୁଲଡିହା ଏସଏସଡି ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉ ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷା ପରିଚାଳନାରେ ଯାମଦା ବିଡ଼ିଓ ଦେବାଶିଷ ପଣ୍ଡା, ରାଇରଙ୍ଗପୁର ବିଡ଼ିଓ ନାରାୟଣୀ ପ୍ରୀୟଦର୍ଶିନୀ ପଣ୍ଡା,ଏଡିଡବ୍ଲ୍ଯୁଓ କମଳାକାନ୍ତ ସ୍ବାଇଁ,ପ୍ରସାଦ ବେହେରା,ଦୀପକ ମହାନ୍ତି, ଦୁର୍ଗାପ୍ରସାଦ ଦାସ ସମେତ ଅନ୍ୟ କର୍ମଚାରୀ ଶୃଙ୍ଖଳିତ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ । ପରୀକ୍ଷାରେ ୧୮୦ ଜଣ ଶିକ୍ଷିତ ଯୁଵାଵର୍ଗ ଅଂଶ ଗ୍ରହଣ କରିଥିଲେ । ୧୪୧ ଜଣ ପରୀକ୍ଷାର୍ଥୀ ଲିଖିତ ଭାବରେ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୫ଜଣଙ୍କୁ ମାର୍ଚ୍ଚ ୧ ତାରିଖ ଦିନ ରାଇରଙ୍ଗପୁର ଆଇଟିଡିଏ ସମ୍ମିଳନୀ କକ୍ଷରେ ମୌଖିକ ମାଧ୍ୟମରେ ଚୟନକର୍ତାଙ୍କ ଦ୍ବାରା ଚୟନ ୭୫ ଜଣଙ୍କୁ ମାଗଣା କୋଚିଂ ନେବାପାଇଁ ଚୟନ କରାଯାଇଥିଲା ।

୭୫ଜଣ ଙ୍କ ମଧ୍ୟରୁ ୩୮ ଜଣ ଯୁବକ/ ଏବଂ ୩୭ ଜଣ ଯୁବତୀଙ୍କୁ ଚୟନ କରାଯାଇଥିଲା । ଆଜି ମାର୍ଚ୍ଚ ୧୦ ତାରିଖ ଦିନ ଆଇଟିଡିଏ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଆସପାୟାର୍ କୋଚିଂ ର ଶୁଭାରମ୍ଭ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସଭ୍ୟଙ୍କ ଦ୍ବାରା ଶୁଭ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ,ଯାମଦା ବିଡ଼ିଓ ଶ୍ରୀ ଦେବାଶିଷ ପଣ୍ଡା, ରାଇରଙ୍ଗପୁର ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଚୟନ ହୋଇଥିବା ୭୫ ଜଣ ଯୁବ ଚାକିରୀ ଆଶାୟୀ ପ୍ରାର୍ଥୀ / ପ୍ରାର୍ଥିନୀ ଉପସ୍ଥିତ ଥିଲେ ।ବରିଷ୍ଠ ପ୍ରଶାସକ ଉପସ୍ଥିତ ରହି ପ୍ରତିଯୋଗିତା ମନୋଭାବ,କଠିନ ପରିଶ୍ରମ, ଜୋରଦାର ଅଭ୍ୟାସ,ଦୈନିକ ଖବର ସହିତ ଅପଡେଟ ହେବା,ଖବର କାଗଜ ପଢ଼ିବା ଉପରେ ଗୁରୁତ୍ବ ଦେଵା ସହ ସମସ୍ତ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ ।ଆଗାମୀ ଦିନ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ, ସମସ୍ତଙ୍କ ର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ । ଅଭିଜ୍ଞ ପ୍ରଶାସକ ଓ ପ୍ରଶିକ୍ଷକ ଙ୍କ ଦ୍ଵାରା ଯୁବା ଆଶାୟୀଙ୍କୁ କୋଚିଂ ଦିଆଯିବ ।ସପ୍ତାହରେ ୫ ଦିନ ପୂର୍ବାହ୍ନ ୭ ଠାରୁ ୯ ଟା ପର୍ଯ୍ୟନ୍ତ କୋଚିଂ ଦିଆଯିବ ୩ ମାସ ପର୍ଯ୍ୟନ୍ତ ।ପରେ ପୁଣି ନୂତନ ଵେଚ ଙ୍କୁ କୋଚିଂ ଦିଆଯିବ ।
ପ୍ରଥମ ଥର କରି ନବ ନିଯୁକ୍ତ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ ଆଶାୟୀ ଶିକ୍ଷିତ ଯୁବକଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ,ସାହସ, ଧୈର୍ଯ୍ୟ,ପଠନ ଅଭ୍ୟାସ , ଏବଂ ବଞ୍ଚିବାର ରାହା ପାଇଁ ନିଆରା ପ୍ରୟାସ ଯୁବ ମହଲ , ବୁଦ୍ଧିଜୀବୀ,ଅଭିଭାବକ ମହଲରେ ପ୍ରଶଂସାର ସୁଅ ଛୁଟିଛି ।ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଆଶୀର୍ବାଦ ଓ ଶୁଭକାମନା ଏବଂ ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ଙ୍କ ବଳିଷ୍ଠ ଉଦ୍ୟମ ସାଧାରଣରେ ପ୍ରଶଂସନୀୟ ହୋଇଛି । ନୂତନ କରି ରାଇରଙ୍ଗପୁର ରେ ଉପଜିଲ୍ଲାପାଳ ଭାବରେ ଯୋଗଦାନ କରିଥିବାବେଳେ ସେ କହିଥିଲେ ଯୁବ ଶିକ୍ଷିତ ଗୋଷ୍ଠୀ ପାଇଁ ସେ ଏକ ଅଭିନବ ପ୍ରୟାସ ପାଇଁ ଚେଷ୍ଟା କରୁଛନ୍ତି ।ଶେଷରେ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ ଶିକ୍ଷିତ ଯୁବଗୋଷ୍ଠୀଙ୍କୁ କଥା ଦେଇ କଥା ରଖିଲେ ଯାହାକି ସାଧାରଣରେ ଆଲୋଚ୍ୟ ହେଉଛି.