Photo For The News Of Sahitya Parisada Annual Function

କାନ୍ତକବି ସାହିତ୍ୟ ପରିଷଦର ବାର୍ଷିକ ଉତ୍ସବ

State

ଆଗରପଡ଼ା :ଭଦ୍ରକ ସ୍ଥିତ ଶହୀଦ ସ୍ମୃତି ଭବନ ପରିସରରେ କାନ୍ତ କବି ସାହିତ୍ୟ ପରିଷଦର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବି ଓ କବୟିତ୍ରୀ ମାନେ ଯୋଗଦାନ ପୂର୍ବକ ସମ୍ବର୍ଦ୍ଧିତ ହୋଇଥିଲେ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡ଼ିଆ ପଂଚାୟତ ଅଡ଼ାଳପଙ୍କ ଗ୍ରାମର ଶ୍ରୀଯୁକ୍ତ ସଂଜୟ ସନ୍ଧିବିଗ୍ରହଙ୍କୁ ଉତ୍କଷର ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ସାହିତ୍ୟ ସୁରଭି ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ସମ୍ମାନୀୟ ଅତିଥି ଭାବେ ଅନୁଷ୍ଠାନ ସଭାପତି ଡକ୍ଟର ଶ୍ରୀକାନ୍ତ ପଣ୍ଡା, ସମ୍ପାଦକ ଡକ୍ଟର ଅମୁଲ୍ୟ କୁମାର ସେନାପତି, ପବିତ୍ର ମୋହନ ପାଣିଗ୍ରାହୀ , ଡା ଲକ୍ଷ୍ମୀ କାନ୍ତ ଦାସ , ଓଡ଼ିଶାର ସୁପରିଚିତ ବ୍ୟଙ୍ଗ କବି ଶ୍ରୀଯୁକ୍ତ ଜ୍ଞାନ ହୋତା ଓ ସାହିତ୍ୟିକ ଦୀନ ରଞ୍ଜନ ପାଢ଼ୀ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ମଂଚ ପରିଚାଳନା କରି ଥିଲେ । ନୃତ୍ୟ ପରିବେଷଣ ସମେତ ଗୀତିନାଟ୍ୟ ପେଟେଣ୍ଟ ମେଡ଼ିସିନ ମଧ୍ୟ ପରିବେଷଣ ଦର୍ଶକ ମାନଙ୍କୁ ଖୁବ୍ ମନମୁଗ୍ଧ କରିଥିଲା । ଓଡ଼ିଶା ସାହିତ୍ୟର ବିକାଶ ଦିଗରେ ମଂଚାସିନ ଅତିଥିମାନେ ଆଲୋକପାତ କରିଥିଲେ ।