ଭୁବନେଶ୍ବର : ରାଜଧାନୀରେ ବୁଲୁଛି ହାତୀ। ଭୁବନେଶ୍ବର ଏମ୍ସ ନିକଟ କାଜୁ ବଗିଚାରେ କାଲି ରାତିରୁ ଫସି ରହିଛି ଦନ୍ତାହାତୀ । ଲୋକଙ୍କୁ ସତର୍କ ରହିବା ସହ ହାତୀ ପାଖକୁ ନଯିବାକୁ ସଚେତନ କରାଯାଉଛି। ଡାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସଚେତନ କରାଯାଉଛି। ହାତୀର ଗତିଵିଧି ଉପରେ ବନ ବିଭାଗ କର୍ମଚାରୀ ନଜର ରଖିଛନ୍ତି। ଆବଶ୍ୟକ ପଡିଲେ ଟ୍ରାଙ୍କୁଲାଇଜ କରାଯିବ । ଖୋର୍ଦ୍ଧା ବରୁଣେଇ ଅଞ୍ଚଳରୁ ଭୁବନେଶ୍ୱରକୁ ଚାଲିଆସିଛି ହାତୀ। ବନ ବିଭାଗର ଅଧିକାରୀଙ୍କ ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ଡିଏଫଓ । ସନ୍ଧ୍ୟା ହେଲେ ହାତୀକୁ ଖୋର୍ଦ୍ଧା ରେଞ୍ଜ ଜଙ୍ଗଲକୁ ନେବାକୁ ପ୍ରୟାସ କରାଯିବ ।
