ଭୁବନେଶ୍ବର: ଗତ ୮ ମାସ ଭିତରେ ୬ଟା ଜୀବନ ନେଲାଣି ‘ମୋ ବସ୍’ । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଜୁନ୍ ୨୦୨୪ ପରଠାରୁ ଭୁବନେଶ୍ୱର, କଟକ ଏବଂ ପୁରୀ ଅଞ୍ଚଳରେ ‘ମୋ ବସ୍’ ସହିତ ହୋଇଥିବା ୧୯ଟି ଦୁର୍ଘଟଣାରେ ମୋଟ ୬ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୮ ଜଣ ଆହତ ହୋଇଛନ୍ତି ।
ବିଜେଡି ବିଧାୟକ ଅରୁଣ କୁମାର ସାହୁଙ୍କ ଏକ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମନ୍ତ୍ରୀ । ମନ୍ତ୍ରୀ ଆହୁରି ବି କହିଛନ୍ତି, ୨୦୨୫ ଫେବୃଆରୀ ମାସରେ ଦୁଇଟି ଘଟଣାରେ ମୃତକଙ୍କ ପରିବାରକୁ ୩,୦୫,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହା ସହିତ, ବସ୍ ଅପରେଟର ମଧ୍ୟ, ଆହତ ଏବଂ ମୃତକଙ୍କ ପରିବାର ପାଇଁ ଏକ ବ୍ୟାପକ ବୀମା ପଲିସି ମାଧ୍ୟମରେ କ୍ଷତିପୂରଣ ପ୍ରଦାନ କରୁଛନ୍ତିବୋଲି ମନ୍ତ୍ରୀ କହିଛନ୍ତି ।
ଏଥିସହିତ ଦୁର୍ଘଟଣାକୁ ଏଡାଇବା ପାଇଁ କ୍ରୁଟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି ବୋଲି ସୂଚାଇ ଦେିଛନ୍ତି ମନ୍ତ୍ରୀ । ସ୍ପିଡ୍ ଲିମିଟ୍ ୪୦ରୁ ୫୦ କିମି ପ୍ରତି ଘଣ୍ଟା, ମଦ୍ୟପାନ ଟେଷ୍ଟିଙ୍ଗ୍, ଡ୍ରାଇଭରମାନଙ୍କୁ ସ୍ବତନ୍ତ୍ର ଟେନିଙ୍ଗ୍, ଆକ୍ସିଡେଣ୍ଟ କମିଟି ତିଆରି କରିବା ଭଳି ଅନେକ ପଦକ୍ଷେପ ଗ୍ରହଣ କରିଛି କ୍ରୁଟ ବୋଲି କହିଛନ୍ତି ମନ୍ତ୍ରୀ ।