ଆଗରପଡ଼ା :ଗତ ୧ ତାରିଖ ଶନିବାର “ରାସ୍ତା ଅବରୋଧ ବିବାଦରେ ପୁର୍ଣ୍ଣଚ୍ଛେଦ ପଡୁନି;ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଅଭିଯୋଗ”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ତହସିଲଦାରଙ୍କ ନିର୍ଦ୍ଦେଶାନୁସାରେ ଆଗରପଡ଼ା ଥାନା ଅଧିକାରୀ ଶ୍ରୀକାନ୍ତ ପତିଙ୍କ ସହଯୋଗ ଓ ତାଙ୍କ କର୍ମଚାରୀଙ୍କ ଉପସ୍ଥିତିରେ ଅବରୋଧ ଜାଗାକୁ ଉଚ୍ଛେଦ କରାଯାଇଥିବା ଜଣାପଡ଼ିଛି । ଜନୈକ ବ୍ୟକ୍ତିଙ୍କ ବାସଗୃହ ବାହାରକୁ ବାହାରିବା ରାସ୍ତାକୁ ଅବରୋଧ କରୁଥିବା ବ୍ୟକ୍ତିଙ୍କୁ ତହସିଲ ପକ୍ଷରୁ ଉଚ୍ଛେଦ କରାଯିବା ପରେ ମଧ୍ୟ ଉକ୍ତ ବ୍ୟକ୍ତି ପୁନର୍ବାର ସଂପୃକ୍ତ ରାସ୍ତାକୁ ଅବରୋଧ କରୁଥିବା ନେଇ ଭଦ୍ରକ ଜିଲ୍ଲା ବନ୍ତ ତହସିଲଦାରଙ୍କ ଠାରେ ଅଭିଯୋଗ ହୋଇଥିବା ଜଣାପଡ଼ିିଥିଲା । ବନ୍ତ ବ୍ଲକ ଅଣିଜୋ ପଂଚାୟତ ଅନ୍ତର୍ଗତ ରାଜନଗର ମଙ୍ଗଳପୁର ଗ୍ରାମର ଘନଶ୍ୟାମ ଯେନାଙ୍କ ଅଭିଯୋଗ ଅନୁଯାୟୀ ଅଣିଜୋ ଆରଆଇସର୍କଲ ଅନ୍ତର୍ଗତ ମଙ୍ଗଳପୁର ମୌଜା ସ୍ଥିତ ଖାତା ନଂ ୫୩୪,ପ୍ଲଟନଂ.୬୨୦ର ଏ.୦.୦୫ଡ଼ି.ରୁ ଘନଶ୍ୟାମଙ୍କ ପରିବାର ତାଙ୍କ ଅଂଶ ଏ.୦.୦୩ଡ଼ି.ଉପରେ ଘର କରି ସପରିବାର ବସବାସ କରୁଅଛନ୍ତି । ଉକ୍ତ ଗୃହର ସମ୍ମୁଖକୁ ସରକାରୀ ଗୋଚର କିସମ ଜମି ଖାତା ନଂ୫୫୫,ପ୍ଲଟନଂ୬୬୨ର କିଛି ଅଂଶ ଶ୍ରୀ ଯୋନାଙ୍କ ଜମିକୁ ସଂଲଗ୍ନ କରିଅଛି । ଯାହା ଉପରେ ତାଙ୍କ ପରିବାର ଘରୁ ବାହାରିବା ସହ ଯାତାୟତ କରୁଅଛନ୍ତି । ମାତ୍ର ଯାତାୟତ ରାସ୍ତାକୁ ଜନୈକ ବ୍ୟକ୍ତି ଅବରୋଧ କରିବା ସହ ଶ୍ରୀ ଯେନାଙ୍କ ପରିବାରବର୍ଗଙ୍କ ଯାତାୟତରେ ଉଦ୍ଦେଶ୍ୟମୂଳକ ଭାବେ ବାଧା ସୃଷ୍ଟି କରିବା କାରଣରୁ ଶ୍ରୀ ଯେନା ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ କରିବାପରେ ପ୍ରାୟ ଏକ ବର୍ଷ ପରେ ବନ୍ତ ତହସିଲ ଓ ଆଗରପଡ଼ା ଥାନାର ମିଳିତ ସହଯୋଗରେ ଗତ ଡ଼ିସେମ୍ବର ମାସ ୨୪ ତାରିଖରେ ଅବରୋଧକାରୀଙ୍କୁ ଅବରୋଧ କରିଥିବା ସ୍ଥାନରୁ ଉଚ୍ଛେଦ କରାଯାଇଥିଲା ଏବଂ ଉକ୍ତ ଜାଗାରେ ସଂପୃକ୍ତ ବ୍ୟକ୍ତି ରଖିଥିବା ବାଉଁଶ,କୁଟା ଓ ମାଟିକୁ ୮ଦିନ ଭିତରେ ସଫା କରି ଉଠାଇବାକୁ ତହସିଲ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଥିଲା । କିନ୍ତୁ ଉକ୍ତ ନିର୍ଦ୍ଦେଶନାମାକୁ ମାନିବା ତ ଦୂରର କଥା ଅଭିଯୁକ୍ତ ଜଣଙ୍କ ଶ୍ରୀ ଯେନାଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ କରିବା ସହ ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିବା ନେଇ ସେ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଥିଲା ।
ଅବରୋଧ ଜାଗାକୁ ଉଚ୍ଛେଦ କରିବା ପାଇଁ ତହସିଲଦାରଙ୍କ ଠାରେ ଏକ ମାସରୁ ଉଦ୍ଦ୍ୱର୍ ସମୟ ହେବ ଲିଖିତ ଅଭିଯୋଗ କରିବା ଓ ତହସିଲଦାରଙ୍କ ସହାନୁଭୂତି ପାଉଥିଲେ ସୁଦ୍ଧା ଶ୍ରୀ ଯେନା ବିଭାଗୀୟ ଅଧିକାରୀଙ୍କ ଅଣଦେଖାରୁ ଉଚ୍ଛେଦ ପ୍ରକ୍ରିୟାରେ ବିଳମ୍ବ ହେବା ସହ ନାନାଦି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାକୁ ନେଇ ମାନସିକ ଭାରସ୍ୟାମ ହରାଇବା ସହ ଚିନ୍ତାରେ ଦିନ କାଟୁଥିବା ପ୍ରକାଶ କରିଥିଲେ । ଅପରପକ୍ଷରେ ଉକ୍ତ ସମସ୍ୟାକୁ ନେଇ ଅଣିଜୋ ରାଜସ୍ୱ ନିରୀକ୍ଷକଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ସ୍ଥାନରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ କରିବା ପାଇଁ ତହସିଲଦାରଙ୍କ ଅଫିସ କାର୍ଯ୍ୟାଳୟରୁ ନିର୍ଦ୍ଦେଶନାମା ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ । ତେଣୁ ତହସିଲଦାର ରାସ୍ତା ଅବରୋଧ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ବିହିତ ପଦକ୍ଷେପ ନେବାକୁ ଶ୍ରୀ ଯେନାଙ୍କ ପରିବାର ସହିତ ବିଭିନ୍ନ ମହଲରୁ ଦାବି ହୋଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।