ନୂଆପଡ଼ା: ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ସ୍ଥିତ ପୋଲିସ ମୁଖ୍ୟାଳୟରେ ୩ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଏସଡିକେ ଡେପୁଟି କମାଣ୍ଡର ଦିଲୀପ । ଏସଡିକେ ଏରିଆ କମିଟି ସଦସ୍ୟ ମଞ୍ଜୁଳା ଏବଂ ବରଗଡ଼ ଏରିଆ କମିଟି ସଦସ୍ୟ ସୁନିତା ।
ଜଣେ ପୋଲିସ ଅଧିକାରୀ କହିଛନ୍ତି, ଆତ୍ମସମର୍ପଣ କରିଥିବା ୩ ଜଣ ମାଓବାଦୀ ଅନେକ ମାଓବାଦୀ ହିଂସାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଜେଣ କମାଣ୍ଡର ରହିଥିଲା । ୩ ଜଣଙ୍କୁ ଧରାଇଦେବାକୁ ଓଡ଼ିଶା ପୋଲିସ ପକ୍ଷରୁ ୧୫ ଲକ୍ଷର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।
ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସରକାରଙ୍କ ପକ୍ଷରୁ ଥଇଥାନ ଯୋଜନାରେ ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ । ସମ୍ପୃକ୍ତ ୩ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଅନ୍ୟମାନଙ୍କୁ ମଧ୍ୟ ଆତ୍ମସମର୍ପଣ ଲାଗି ପୋଲିସ ଅଧିକାରୀ ଆହ୍ବାନ ଦେଇଛନ୍ତି । ସମସ୍ତ ମାଓବାଦୀ ଆତ୍ମସମର୍ପଣ କରି ଶାନ୍ତିପୂର୍ଣ୍ଣ ଓ ନୂଆ ଜୀବନ ଗଢ଼ନ୍ତୁ ବୋଲି ସେ କହିଛନ୍ତି ।