Congress Rally

ନାରୀ ନିର୍ଯାତନା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ଘେରାଉ

State

ଖୋର୍ଦ୍ଧା : ନାରୀ ନିର୍ଯାତନା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ ।  ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ଘେରାଉ । ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଜିଲ୍ଲାପାଳହ୍କ ଅଫିସ ଘେରାଉ କରାଯାଇଛି । ଏଥିରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ସାମିଲ ହୋଇଥିଲେ ।

ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡ ନିକଟରୁ ଏକ ବିଶାଳ ରାଲିରେ ବାହାରି କଂଗ୍ରେସ ନେତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ ।  ସେଠାରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି ।  ବିଜେପି ସରକାରରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଥିବା କଂଗ୍ରେସ ଅଭିଯୋଗ କରିଛି ।  ଯଦି ଆଗାମୀ ଦିନରେଏହା ଉପରେ ଗୁରୁତ୍ୱ ଦିଆନଯାଏ ତେବେ କଂଗ୍ରେସ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ବୋଲି ଦଳ ଚେତାବନୀ ଦେଇଛି  ।