Assembly 750x375 1

ରାଜ୍ୟର ପୂର୍ବତନ ଓ ବର୍ତ୍ତମାନ ସାଂସଦଙ୍କ ନାଁରେ ୨୨ଟି ମାମଲା

State

ଭୁବନେଶ୍ୱର: ରାଜ୍ୟର ପୂର୍ବତନ ଓ ବର୍ତ୍ତମାନ ସାଂସଦଙ୍କ ନାଁରେ ରହିଛି ୨୨ଟି ଅପରାଧିକ ମାମଲା । ଏଥିସହ ୩୯ଟି ଫୌଜଦାରୀ ମାମଲା ମଧ୍ୟ ରୁଜୁ ହୋଇଛି । ସେହିପରି ବର୍ତ୍ତମାନ ଓ ପୂର୍ବତନ ବିଧାୟକଙ୍କ ନାଁରେ ରହିଛି ମୋଟ ୧୧୫ଟି ମାମଲା । ଏଥିସହ ବିଧାୟକଙ୍କ ନାଁରେ ୪୧୮ଟି ଫୌଜଦାରୀ ମାମଲା ରୁଜୁ ହୋଇଥିବା ନେଇ ଆଜି ଗୃହରେ ଚାଲିଥିବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ମନ୍ତ୍ରୀ ମହାଲିଙ୍ଗ ଆହୁରି କହିଛନ୍ତି ଯେ, ସଂପୃକ୍ତ ମାମଲାରୁ ୩୮୪ ବିଚାରାଧୀନ ଥିବାବେଳେ ୧୪ଟିର ବିଚାର ଶେଷ ହୋଇଛି । ସେହିପରି ଏ ସମ୍ପର୍କିତ ୪୩ଟି ମାମଲାର ତଦନ୍ତ ଏବେ ମଧ୍ୟ ଜାରି ରହିଛି । ଏହି ସମସ୍ତ ମାମଲାରୁ ୧୯୮ଟି ରାଜନୈତିକ ମାମଲା ରହିଛି ବୋଲି ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ।