ଭୁବନେଶ୍ବର: ରାଜ ରାଜସ୍ବ ବୃଦ୍ଧି କରୁଛି ତମାଖୁ, ଗୁଟକା ବେପାର । ୫ ବର୍ଷରେ ରାଜକୋଷକୁ ଦେଇଛି ୬ ହଜାର କୋଟିରୁ ଅଧିକ ଟଙ୍କା ଟିକସ । ଆଜି ବିଧାନସଭାରେ ଏପରି କିଛି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ଗତ ୧୦ ବର୍ଷରେ ପାନ ମସଲା, ଗୁଟ୍ଖା, ତମାଖୁରୁ ମିଳିଛି ୬୫୯୫.୫୫ କୋଟି ରାଜସ୍ବ । କ୍ରମାଗତ ଭାବେ ଗୁଟ୍ଖା, ତମାଖୁ ଟିକସ ଆୟ ବୃଦ୍ଧି ହେଉଛି । କେବଳ ୨୦୨୪-୨୫ ବର୍ଷରେ ୧ ହଜାର ୪୭ କୋଟି ଟଙ୍କା ଆଦାୟ କରିଛନ୍ତି ସରକାର । ସେହିପରି ୨୦୧୪-୧୫ରେ ଏହି ଉତ୍ପାଦ ରାଜସ୍ବକୁ ୧୭୪.୭୧ କୋଟି ଦେଇଥିଲା । ସେହିପରି ୨୦୨୩-୨୪ରେ ଏହାଠାରୁ ୧୦୧୨.୫୬ କୋଟି ଆଦାୟ ହୋଇଥିଲା ।
ତେବେ ମୁଖ୍ୟମନ୍ତ୍ରୀ ଏହା ବି କହିଛନ୍ତି ଯେ, ପ୍ରାୟ ୧୬ଟି ରାଜ୍ୟରୁ ଓଡ଼ିଶାକୁ ପାନ ମସଲା, ଗୁଟ୍ଖା, ତମାଖୁ ଇତ୍ୟାଦି ଆମଦାନୀ ହେଉଛି ।