ଭୁବନେଶ୍ୱର ତା ୯/୩ ହିନ୍ଦୁମାନଙ୍କ ମଧ୍ୟରେ ଧାର୍ମିକ ସଚେତନତାର ଅଭାବ , ଜାତିବାଦ ସହିତ ସାମାଜିକ ଚଳଣିର ଭିନ୍ନତା ଯୋଗୁ ପରସ୍ପର ମଧ୍ୟରେ ସୁସମ୍ପର୍କ ରହୁ ନାହିଁ । ନିଜ ପାରିବାରିକ ସମସ୍ୟା ସହିତ ବ୍ୟସ୍ତ ରହି ରାଷ୍ଟ୍ର ଓ ଧର୍ମକୁ ରକ୍ଷା କରିବା କଥା ସମ୍ପୂର୍ଣ ପାସୋରି ଦେଇଛି । ଯାହା ପାଇଁ ସନାତନ ଧର୍ମ ଆଜି ସଙ୍କଟ ମଧ୍ୟ ଦେଇ ଗତି କରୁଛି ।
ଅନ୍ୟ ଧର୍ମ ଗୁଡିକରେ ସେମାନଙ୍କ ଧର୍ମସ୍ଥଳୀକୁ ଆସିବା ବାଧ୍ୟତାମୂଳକ ଥିବା ବେଳେ ସନାତନ ଧର୍ମରେ ମନ୍ଦିରକୁ ଆସି ଦିଅଁ ଦର୍ଶନ କରିବା ଭଳି ନିୟମ ନାହିଁ । ଯାହା ପାଇଁ ଭାରତରେ ୧୨୦ କୋଟି ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସୁସମ୍ପର୍କ ଓ ଧାର୍ମିକ ଚେତନାର ଅଭାବ ପରିଲକ୍ଷିତ ହେଉଛି।
ଆଜିର ସଂସାରରେ ହିନ୍ଦୁ ଦେବାଦେବୀଙ୍କ ମନ୍ଦିର ସର୍ବତ୍ର ରହିଛି । ମାତ୍ର କେବଳ ପୂଜକ ଓ ହାତ ଗଣତି ଭକ୍ତଙ୍କ ବ୍ୟତୀତ ଅନ୍ୟମାନେ ମନ୍ଦିରକୁ ଆସିବା କ୍ଵଚିତ ଦେଖାଯାଇଥାଏ ।
ହିନ୍ଦୁ ମନ୍ଦିର, ହିନ୍ଦୁ ଦେବାଦେବୀଙ୍କୁ ଅନ୍ୟ ଧାର୍ମିକ ସମ୍ପ୍ରଦାୟ ତରଫରୁ ବାରମ୍ବାର ଅପମାନିତ କରାଯାଉଛି । ହିନ୍ଦୁ ମନ୍ଦିରକୁ ଜବରଦଖଲ କରି ନିଆଯାଉଛି।କିନ୍ତୁ ହିନ୍ଦୁ ସମାଜ ପ୍ରତିବାଦ କରିବାରେ ସଫଳ ହେଉ ନାହିଁ ।
ଅନ୍ୟ ଧର୍ମ ସମ୍ପର୍କରେ ଯଦି କେହି ଜଣେ କିଛି ଟିପ୍ପଣୀ ଦେଲା ତେବେ ସଙ୍ଗେ ସଙ୍ଗେ ତାର ପ୍ରତିକ୍ରୀୟା ପ୍ରକାଶ ହେଉଛି । ହିଂସାତ୍ମକ ଆନ୍ଦୋଳନ ହେଉଛି । ତାର ଏକମାତ୍ର କାରଣ ହେଉଛି ସେହି ଧାର୍ମିକ ସମ୍ପ୍ରଦାୟମାନଙ୍କ ମଧ୍ୟରେ ସଂଘଦ୍ଧତା ଅଛି । ସେମାନେ ସେମାନଙ୍କ ଧାର୍ମିକ ଅନୁଷ୍ଠାନରେ ସପ୍ତାହରେ ଥରେ ଏକତ୍ରିତ ହୁଅନ୍ତି ।ପରସ୍ପର ମଧ୍ୟରେ ସୁଚନା ଆଦାନପ୍ରଦାନ କରନ୍ତି । ନିଜ ଧର୍ମ ଓ ସମ୍ପ୍ରଦାୟର ସୁରକ୍ଷା ପାଇଁ ଚିନ୍ତା କରନ୍ତି । ଯେହେତୁ ସେମାନେ ସଂଖ୍ୟାଲଘୁ ତେଣୁ ସୁରକ୍ଷା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଯାହା ପାଇଁ ସେମାନଙ୍କ ପ୍ରତିକ୍ରିୟା ସଦା ସର୍ବଦା ହିଂସ୍ର ହୋଇଥାଏ ।
କିନ୍ତୁ ହିନ୍ଦୁମାନେ ମନ୍ଦିର ଯାଇ ପରସ୍ପର ମଧ୍ୟରେ ଆଲୋଚନା କରନ୍ତି ନାହିଁ । ଯଦି ବି କେହି ମନ୍ଦିରକୁ ଯାଆନ୍ତି ତେବେ ଭଗବାନଙ୍କୁ ନିକର ଦୁଃଖ ଜଣାଇ ଘରକୁ ଫେରି ଆସନ୍ତି । ଜଣେ ହିନ୍ଦୁ ମାଡ଼ ଖାଉଥିବା ବେଳେ ଅନ୍ୟଜଣେ ତାର ନୀରବ ଦ୍ରଷ୍ଟା ସାଜିଥାନ୍ତି ।
ରାଷ୍ଟ୍ରୀୟ ହିନ୍ଦୁଫ୍ରଣ୍ଟ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଏକ ସହଭାଗୀ ସଂସ୍ଥା ଅଟେ । ହିନ୍ଦୁମାନଙ୍କୁ ଏକତ୍ରିତ କରିବା ସହିତ ସେମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବାକୁ ଗଠନ ହୋଇଛି ।।ପ୍ରତ୍ୟେକ ହିନ୍ଦୁ ମନ୍ଦିରକୁ ଯିବା ଏବଂ ପରସ୍ପର ମଧ୍ୟରେ ଭାବ ଆଦନପ୍ରଦାନ କରିବା ପାଇଁ ସଚେତନ ସୃଷ୍ଟି କରିବା ଏହା ଚେଷ୍ଟା କରିବ । ସ୍ଵୟଂ ସେବକମାନେ ଏଥିପାଇଁ ଉତ୍ସର୍ଗୀକୃତ ଭାବେ କାମ କରିବେ । ସପ୍ତାହରେ ଥରେ ମନ୍ଦିର ଯାଇ ହନୁମାନ ଚାଳିଶା ପାଠ କରିବେ ଏବଂ ସର୍ବନିମ୍ନ ଏକ ଘଣ୍ଟା ପାଇଁ ଏକାଠି ହୋଇ ଧାର୍ମିକ ଆଲୋଚନା କରିବାକୁ ପରାମର୍ଶ ଦେବେ । ଯାହାଦ୍ବାରା ହିନ୍ଦୁମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ହେବ ଏବଂ ନିଜକୁ ପ୍ରତିବାଦ କରିବାରେ ସକ୍ଷମ ହେବେ । ସାପ୍ତାହିକ ମନ୍ଦିର ଚାଲ ଅଭିଯାନ ଆରମ୍ଭ ହେବ ଏବଂ ପ୍ରତ୍ୟେକ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ମନ୍ଦିରରେ ଏକତ୍ରିତ ହେବେ ।
ସାପ୍ତାହିକ ମନ୍ଦିର ଚାଲ ଅଭିଯାନକୁ ସଫଳ କରିବା ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ବୁଲନ ଭାଇ ସେବସଦନରେ ଏକ ପ୍ରଶିକ୍ଷଣ ଶିବିର ଗତ ୯ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ମନ୍ଦିରରେ ଜଣେ ଲେଖାଏଁ ସଂଯୋଜକ ନିଯୁକ୍ତି କରାଯାଇ ସେମାନଙ୍କୁ ପ୍ରଶିକ୍ଷିତ କରାଯିବାର ବ୍ୟବସ୍ଥା କରାଯିବ । ଏହି ପ୍ରକ୍ରିୟାକୁ ତୁରାନ୍ଵିତ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଜଣେ ଲେଖାଏଁ ସଂଯୋଜକ ନିଯୁକ୍ତି ହେବେ । ଜିଲ୍ଲାପରିଷଦ, ବ୍ଲକ ,ଜିଲ୍ଲା ଓ ରାଜ୍ୟସ୍ତରୀୟ ସଂଯୋଜକଙ୍କ ନାମ ଘୋଷଣା କରାଯାଇଥିଲା । ସବୁ ଜିଲ୍ଲାରେ ପ୍ରଶିକ୍ଷଣ ଶିବିର କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରାଜ୍ୟ ସଭାପତି ବିପିନ ବିହାରୀ ଦାସଙ୍କ ସଭାପତିତ୍ବରେ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟ ସଂଯୋଜକ ବଳଦେବ ବେଦବାକ, ସଂଗଠନ ସମ୍ପାଦକ ମିହିର ପାଣି, ସାଧାରଣ ସମ୍ପାଦକ ସୂର୍ଯ୍ୟନାରାୟଣ ଦାସ, ବିଦ୍ୟୁତ କୁମାର ବେହେରା, ରାଜ୍ୟ ଉପସଭାପତି ଗଣ ସର୍ବଶ୍ରୀ ନିଗମାନନ୍ଦ ପଟ୍ଟନାୟକ, ପ୍ରଭାତ କୁମାର ଜେନା ,ଜଗନ୍ନାଥ ଗଡ଼ନାୟକସିଁ, ଗୋବିନ୍ଦ ଅଗରୱାଲ ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ମିଶ୍ର କେନ୍ଦ୍ରୀୟ କମିଟିର ସଦସ୍ୟ ସମୀର ପତ୍ର ,ଯୋଗେଶ୍ୱର ଦାସ, ଭାରତୀ ପଣ୍ଡା ,ପୁଷ୍ପାଞ୍ଜଳି ମହାପାତ୍ର, ରୋଜଳିନୀ ମହାନ୍ତି ପ୍ରମୁଖ ମାର୍ଗ ଦର୍ଶନ କରିଥିଲେ ।ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ୩୦ ଟି ଜିଲ୍ଲାର ସଭାପତି, ସାଧାରଣ ସମ୍ପାଦକ, ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ/ସଦସ୍ୟା ଯୋଗ ଦେଇଥିଲେ।