ବାରିପଦା: ବାରିପଦା ଠାରେ ଜିଲ୍ଲା ର ଏକ ମାତ୍ର ଅଗ୍ରଣୀ ତଥା ଅଣ ରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ଏକ ବିଶାଳ ଯୁବ ଛାତ୍ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି l ମୟୁରଭଞ୍ଜ ମାଟି ଓ ମୟୂରଭଞ୍ଜ ବାସୀ ଙ୍କ ସ୍ବାର୍ଥ ପାଇଁ ଭଞ୍ଜସେନା ର ୨୭ ବର୍ଷ ନିରବଚ୍ଛିନ୍ନ ଆନ୍ଦୋଳନ ପାଇଁ ଅନୁପ୍ରାଣୀତ ହୋଈ ସାମାଖୁଣ୍ଟା ବ୍ଲକ୍ ଏବଂ ପୋଡ଼ା ଅସ୍ତିଆ ଅଞ୍ଚଳ ର ଶତାଧିକ ଯୁବ ଓ ଛାତ୍ର ମାନେ ମିଶ୍ରଣ ଦିବସ ରେ ଭଞ୍ଜ ସେନା ସହ ଜଡ଼ିତ ହୋଇ ଛନ୍ତି, ତା ସହ ଆଗ କୁ ଭଞ୍ଜସେନା ଆହୁରି ସସକ୍ତ କରିବା ପାଇଁ ବଦ୍ଧ ପରିକର ହୋଈ ଛନ୍ତି l
ଆଜି ର ମିଶ୍ରଣ ପର୍ବ ସଭା, ସଙ୍ଗଠନ ର ସଭାପତି ପିଣ୍ଟୁ ମାଇତିଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହେବା ସହ, ଅଧ୍ୟକ୍ଷ ସଞ୍ଜୀବ ରାଉତ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଆବାହକ ରାକେଶ ବେହେରା, ମୁଖପାତ୍ର ମାନସ ବେହେରା,ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା,ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ପୃଷ୍ଟି, ଉପସଭାପତି ଦୀପକ୍ ସୋ, ସହର ସଭାପତି ରାକେଶ ମହାନ୍ତି, ଯୁବ ସଭାପତି ଏସ୍. କେ ରାଜା ଖାଁ, ଯୁବ ଉପ ସଭାପତି ସଞ୍ଜୟ ମହାନ୍ତ, ଯୁବ ସହର ସଭାପତି ସଞ୍ଜୟ ମାହାନ୍ନା, ଯୁବ ଉପ ସଭାପତି ସଚିନ ସଲଙ୍କି,ଯୁବ ସାଧାରଣ ସମ୍ପାଦକ ସୁନିଲ ମହାପାତ୍ର, ସୋସିଆଲ ମିଡ଼ିଆ କୋଡିନେଟର ମୁକ୍ତି ଦତ୍ତ ପରିଡା,ସାମାଖୁଣ୍ଟା ବ୍ଲକ୍ ସମ୍ପାଦକ ଲିକୁ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ୩୦୦ ରୁ ଉର୍ଦ୍ଧ ଯୁବ ଛାତ୍ର ଙ୍କୁ ସ୍ଵାଗତ କରିବା ସହ, ଯୁବ ଓ ଛାତ୍ର ନେତା ଶୁଭମ୍ ସିଂ, ଜିତୁ ସିଂ, ଦୀପକ୍ ବେହେରା, ରୁଦ୍ର ପଟ୍ଟନାୟକ, ପଙ୍କଜ ପରିଡ଼ା, ଗଗନ ମହାନ୍ତ, ବିକାଶ ମହାନ୍ତ, ମାନସ ସିଂ, ବାପୁନ୍ ବାରିକ୍, ଦେବବ୍ରତ ଜେନା ପ୍ରମୁଖ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ l
