Img 20250309 Wa0249

ଦିବଂଗତ ବନ୍ଧୁ ଉତ୍ତମ ମହାନ୍ତି ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ତାଙ୍କ ମହାବିଦ୍ୟାଳୟ ସହପାଠୀ ବନ୍ଧୁମାନେ

State

ବାରିପଦା: ସ୍ଥାନୀୟ ଜୁବୁଲି ଲାଇବ୍ରେରୀ ପରିସରରେ ବାରିପଦା ଏମ୍ପିସିଆନ 1969-73 ବ୍ୟାଚ ପରିବାରର ବଂଧୁ ମାନଙ୍କ ଦ୍ୱାରା ଦିବଂଗତ ସଦସ୍ୟ ଉତ୍ତମ ମହାନ୍ତି (କୁନିଆ) ଙ୍କ ଏକାଦଶାହ ଓ ଅନ୍ୟତମ ସଦସ୍ୟ ସରୋଜ ମହାପାତ୍ରଙ୍କ ବିୟୋଗର ନବମ ଦିବସରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ବନ୍ଧୁମାନଙ୍କ ଦ୍ୱାରା ସ୍ୱର୍ଗତଃ ଆତ୍ମା ମାନଙ୍କର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା I ତତପରେ ଫୋଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ଓ ସ୍ମୃତିଚାରଣ କାର୍ଯ୍ୟ ସମାପନ ହୋଇଥିଲା । ଦିବଙ୍ଗତ ବଂଧୁ ଙ୍କ ପରିବାର ର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିବା ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଉକ୍ତ ଶୋକ ସଭାରେ ଧୀର ବସା, ଅଶୋକ ବେହରା, ସୁଶାନ୍ତ କର, ଯୋଗେନ୍ଦ୍ର ପଣ୍ଡା, ସନ୍ତୋଷ ପଟ୍ଟନାୟକ, ସୁଶାନ୍ତଦାସ, ଭିକାରି ବସା,ଦୀପକ ଭଞ୍ଜ, ମଞ୍ଜୁଳା ଦାଶ, ବୁଲବୁଲ ପାଣି ଓ ସବିତା ଦ୍ଵାରି ପ୍ରମୁଖ ବନ୍ଧୁମାନେ ଯୋଗଦାନ କରିଥିଲେ ।